The Topmost

“The eyes believe themselves, the ears believe other people.”

ସିକ୍କିମ ବନ୍ୟାରେ ଓଡ଼ିଆ ଯବାନ ନିଖୋଜ

ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ହୋଇଯାଇଛନ୍ତି ଓଡ଼ିଆ ଯବାନ । ଏହି ବନ୍ୟାରେ ମୋଟ୍ ନିଖୋଜ ହୋଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ଯବାନ ସରୋଜ କୁମାର ଦାସ । ସରୋଜଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ଦିଘି ପଞ୍ଚାୟତର କେନ୍ଦୁଢିପ ଗାଁରେ  । ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ୨୩ ଜଣ ଯବାନ ଭାସି ଯାଇଥିବା  ଘରକୁ ଫୋନ ଆସିଥିଲା  । ସମସ୍ତ ନିଖୋଜଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ସରୋଜ ୨୦୧୨ ମସିହାରେ ଚାକିରିରେ ଯୋଗ ଦେଇଥିବାବେଳେ ୭ ମାସ ତଳେ ବିବାହ କରିଥିଲେ । ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ସିକ୍କିମରେ ସ୍ଥିତି ସଂଗୀନ ହୋଇପଡ଼ିଛି । ପୋଲ ଭାଙ୍ଗି ରାସ୍ତା ଘାଟ ଏବଂ ଘରଦ୍ବାର ମଧ୍ୟ ଧୋଇ ଯାଇଛି । ଗତ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁ ସିକ୍କିମର ଅନେକ ସ୍ଥାନ ଧୋଇ ହୋଇଯାଇଥିଲା । ପ୍ରବଳ ବର୍ଷା ଯୋଗୁ ଲାଚେନ ଉପତ୍ୟାକାରେ ପ୍ରବଳ କ୍ଷୟକ୍ଷତି ହୋଇଛି । ତିସ୍ତା ନଦୀରେ ପ୍ରବଳ କାଦୁଅ ମିଶା ପାଣି ଆସିଯାଇଛି । ଏବେ ବି ସିକ୍କିମର ଅନେକ ଅଞ୍ଚଳରେ ରେଡ ଏବଂ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।