ବିଶ୍ୱବିଦ୍ୟାଳୟ ଓ କଲେଜ କ୍ୟାମ୍ପସର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସୂଚନା ବ୍ୟାନର ଲଗାଇବେ। ଏହା ସହ ଛାତ୍ର ଅଭିଯୋଗ ନିୟମାବଳୀ- ୨୧୨୩ ବିଷୟରେ ୱେବସାଇଟ୍ ଓ ବୁଲେଟିନରେ ବିବରଣୀ ପ୍ରକାଶ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ -ୟୁଜିସିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଫେବୃଆରୀ ୫ ତାରିଖରେ ବିଶ୍ୱବିଦ୍ୟାଳୟ କୁଳପତି ଓ ଓମ୍ବୁଡସମାନଙ୍କ ସହ ୟୁଜିସି ଅଧ୍ୟକ୍ଷ ମମିଦାଲା ଜଗଦେଶ କୁମାର ବୈଠକ କରି ଏହି ନିୟମର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ପ୍ରସ୍ତୁତ ବ୍ୟବସ୍ଥାଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେହିପରି ଓମ୍ବୁଡସମାନ ଓ କୁଳପତିମାନେ ପର୍ଯ୍ୟାୟକ୍ରମେ ଏନେଇ ବୈଠକ କରିବେ। ନିୟମ କାର୍ଯ୍ୟକାରିତାର ସମୀକ୍ଷା କରାଯିବ। ଏଥିପାଇଁ ନିୟମିତ ଯୋଗାଯୋଗ ଓ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରତ୍ୟେକ ସେମିଷ୍ଟର ଆରମ୍ଭରେ ବା ୬ ମାସରେ ଓମ୍ବୁଡସମାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଠକ ବସିବ। ଏହା ଖୋଲା ସଂଳାପକୁ ସୁଗମ କରିବ, ଚିନ୍ତାଧାରାକୁ ଫଳପ୍ରଦ ଭାବରେ ସମାଧାନ କରିବ ଏବଂ ନିୟମାବଳୀ ଧାର୍ଯ୍ୟ ଅନୁଯାୟୀ କାର୍ଯ୍ୟ କରିବା ନିଶ୍ଚିତ କରିବ । ଛାତ୍ରଛାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ଏକ କମିଟି ଗଠନ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗତବର୍ଷ ଏପ୍ରିଲ ମାସରେ ୟୁଜିସି କହିଥିଲେ ଏବଂ ଓମ୍ବୁଡ୍ସମ୍ଯାନ ନିଯୁକ୍ତ କରିଥିଲେ । ଯେଉଁମାନେ ପରୀକ୍ଷା, ଫି, କ୍ୟାମ୍ପସ୍ ରିଗିଂ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଛାତ୍ରମାନଙ୍କୁ ସାହାଯ୍ୟ କରିବେ। ପିଲାମାନଙ୍କ ଉଚ୍ଚଶିକ୍ଷାରେ ସହାୟତା ପାଇଁ ଯୁଗାନ୍ତକାରୀ ନୂଆ ଓ ବୃତ୍ତି ଦିଆଯାଉଛି। ଆସନ୍ତା ୫ ବର୍ଷ ଭିତରେ ୫ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀଙ୍କୁ ଏହା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍