ଶିଶୁ ପର୍ଣ୍ଣୋଗ୍ରାଫି ବିରୋଧରେ ଦେଶବ୍ୟାପୀ ସିବିଆଇ ଚଢ଼ଉ । ଛୋଟ ପିଲାମାନଙ୍କର ଅଶ୍ଳୀଳ ଛବି, ଭିଡିଓ ଆଦି ଅନ୍ଲାଇନ୍ ସର୍କୁଲେସନ ହେଉଥିବା ବିରୋଧରେ ସିବିଆଇ ପକ୍ଷରୁ ଏକ ବିଶାଳ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ‘ଅପରେସନ ମେଘଚକ୍ର’ ନାମରେ ଚାଲିଥିବା ଏହି ଅପରେସନରେ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୬ଟି ସ୍ଥାନରେ ସିବିଆଇ ଚଢ଼ଉ କରିଛି । ସାମାଜିକ ଗଣମାଧ୍ୟମ ଜରିଆରେ ଯେଉଁ ବ୍ୟକ୍ତି ବା ଗୋଷ୍ଠୀମାନେ ଏସବୁ କାରବାର ପଛରେ ଅଛନ୍ତି ଏବଂ ନାବାଳିକାମାନଙ୍କୁ ବ୍ଲାକ୍ମେଲ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ହେଉଛି ଏହି ଅଭିଯାନର ଉଦ୍ଦେଶ୍ୟ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ