ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ କରାଯାଏ । ସାରା ଦେଶରେ ଏହାକୁ ଖୁବ୍ ଧୂମଧାମରେ ପାଳନ କରାଯାଏ । ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ ୨୬ ଅଗଷ୍ଟ ସୋମବାର ଦିନ ପାଳନ କରାଯିବ । ଏହି ଦିନ ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି । ଚଳିତ ବର୍ଷ ସେହିପରି ଯୋଗ ସୃଷ୍ଟି ହେବାକୁ ଯାଉଛି, ଯାହା ପ୍ରଭୁଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା ।
ମାନ୍ୟତା ଅନୁଯାୟୀ ଏହି ସମୟରେ ପୂଜାର୍ଚ୍ଚନା ଓ ବ୍ରତ ପାଳନ ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ଅଷ୍ଟମୀ ତିଥି ସୋମବାର ସକାଳେ ୩ଟା ୪୦ରେ ରୁ ଆରମ୍ଭ ହୋଇ ପରଦିନ ରାତି ୨ଟା ୨୦ ପର୍ଯ୍ୟନ୍ତ ରହିବ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷତ୍ର ଦିନ ୩ଟା ୫୫ ରୁ ଆରମ୍ଭ ହୋଇ ୨୭ ଅଗଷ୍ଟ ସକାଳ ପର୍ଯ୍ୟନ୍ତ ରହିବ।
ଚଳିତ ବର୍ଷ ଜନ୍ମାଷ୍ଟମୀରେ ଚନ୍ଦ୍ରମା ବୃଷ ରାଶିରେ ରହିବେ। ଏହି ସମୟ ପ୍ରଭୁ କୃଷ୍ଣଙ୍କ ଜନ୍ମ ସମୟରେ ହୋଇଥିଲା । ରୋହିଣୀ ନକ୍ଷତ୍ର ଓ ଚନ୍ଦ୍ରମାଙ୍କର ବୃଷ ରାଶିରେ ରହିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ । ଏହାସହ ଜନ୍ମାଷ୍ଟମୀ ସୋମବାର କିମ୍ବା ବୁଧବାରରେ ପଡିଲେ ଏହା ଏକ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିଥାଏ । ଏହି ୨ ବାରରେ ଜନ୍ମାଷ୍ଟମୀ ପଡିଲେ ଜୟନ୍ତୀ ଯୋଗ ସୃଷ୍ଟି ହୋଇଥାଏ । ଏହା ଖୁବ୍ ଶୁଭ । କୁହାଯାଏ ବୁଧବାର ପ୍ରଭୁ କୃଷ୍ଣଙ୍କ ଜନ୍ମ ହୋଇଥିବା ବେଳେ ସୋମବାର ପ୍ରଭୁଙ୍କ ନାମ କରଣ ହୋଇଥିଲା।
ଭଗବାନ କୃଷ୍ଣଙ୍କ ଜନ୍ମୋତ୍ସବରେ ଯେକୌଣସି ସମୟରେ ପୂଜା କରି ପାରିବେ । ମାତ୍ର ଏହି ଦିନ ୩ଟି ଶୁଭ ମୁହୂର୍ତ୍ତ ମଧ୍ୟ ସୃଷ୍ଟି ହେଉଛି। ଏହି ସମୟରେ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି । ପ୍ରଥମ ମୁହୂର୍ତ୍ତ ଭୋର ୫ଟା ୫୬ ରୁ ସକାଳ ୭ଟା ୩୭ ପର୍ଯ୍ୟନ୍ତ ଉତ୍ତମ । ଏହା ପରେ ଦିନ ୩ଟା ୩୬ ରୁ ସନ୍ଧ୍ୟା ୬ଟା ୪୯ ପର୍ଯ୍ୟନ୍ତ । ଏହାପରେ ରାତି ୧୨ଟା ୦୧ରୁ ୧୨ଟା ୪୫ ପର୍ଯ୍ୟନ୍ତ ପୂଜା ପାଇଁ ଉତ୍ତମ ସମୟ ରହିଛି।
More Stories
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..
ଏହି 5 ରାଶିଙ୍କର ଖୋଲିବ ଭାଗ୍ୟ