ଆଉ କିଛି ଦିନ ପରେ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ । ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ସମସ୍ତ ଦେବୀ ପୀଠ ମାନଙ୍କରେ ଆରମ୍ଭ ହେବ ସ୍ବତନ୍ତ୍ର ପୂଜାର୍ଚ୍ଚନା । ପ୍ରଥମ ଦିନରେ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଦଶଭୁଜା ମାଆ । ସମ୍ପୂର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ବିଧି ବ୍ୟବସ୍ଥା ରହିଛି । ଆଧ୍ୟାତ୍ମିକ ବିଶ୍ବାସ ଅନୁଯାୟୀ ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ ।
ଏହି କ୍ରମରେ ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ସାରା ଭାରତ ବର୍ଷରେ ଥିବା ପ୍ରସିଦ୍ଧ ଦେବୀ ପୀଠ ମାନଙ୍କରେ ନବରାତ୍ରୀ ପୂଜା ଆରମ୍ଭ ହୋଇଯିବ । ପ୍ରଥା ଓ ପରମ୍ପରା ଅନୁଯାଇ ନବରାତ୍ରୀର ପ୍ରଥମ ଦିନରେ ଶୈଳପୁତ୍ରୀ ଭାବେ ପୂଜା ପାଇବେ ମାଆ । ମା’ ଦୁର୍ଗା ନବରାତ୍ରୀର 9ଦିନ ଧରି ଭକ୍ତଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେବେ। ନବରାତ୍ରୀ ହେଉଛି ଦଶହରା ମହୋତ୍ସବର ଆଦ୍ୟ ପର୍ବ । ଆଶ୍ୱିନ ଶୁକ୍ଲପକ୍ଷର ପ୍ରତିପଦ ତିଥିରୁ ଏହା ଆରମ୍ଭ ହୋଇ ଦଶହରାରେ ଶେଷ ହୋଇଥାଏ । ନବରାତ୍ରୀକୁ ନେଇ ରାଜ୍ୟର ବିଭିନ୍ନ ଦେବୀପୀଠ ମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ । ଆଉ ଏହି ପବିତ୍ର ପାର୍ବଣ ଅବସରରେ ଦେଶବ୍ୟାପୀ ଲୋକ ଆନନ୍ଦ ଉଲ୍ଲାସରେ ଦିନ କାଟିଥାନ୍ତି । ଘର ପାଖ ଓ ଦୂରର ବିଭିନ୍ନ ପୂଜା ପେଣ୍ଡାଲରେ ମାଙ୍କ ଆଶିର୍ବାଦ ଭିକ୍ଷା କରନ୍ତି ।
More Stories
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..
ଏହି 5 ରାଶିଙ୍କର ଖୋଲିବ ଭାଗ୍ୟ