ଗଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଗଡ଼ିବ ଓଡ଼ିଶା ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର (ସାଧାରଣତନ୍ତ୍ର) ଦିବସ‌ ପରେଡ୍‌ରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବ । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମାଧ୍ୟମରେ କର୍ତ୍ତବ୍ୟପଥରେ ଦର୍ଶକମାନେ ଓଡ଼ିଶାର କଳାକୁ ଆଖି ଆଗରେ ଦେଖିବାର ସୁଯୋଗ ପାଇପାରିବେ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ଚିଠି ଜାରି ହୋଇଛି ।

ଚିଠିରେ ଉଲ୍ଲେଖ ‌ହୋଇଛ ଯେ, ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ଲଦାଖ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରରୁ ପ୍ରଜ୍ଞାପନ ମେଢ଼ ପାଇଁ ମନୋନୀତ କରାଯାଇଛି ।

ଯେଉଁ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଆସିବ ସେଠାକାର ସରକାରଙ୍କ ଦ୍ବାରା ଏହାକୁ ୨୦୨୪ ଜାନୁଆରି ୧୯ ମଧ୍ୟରେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତି କରାଯିବାର ଆବଶ୍ୟକତା ଅଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆସନ୍ତା ୨୩ ତାରିଖ ଦିନ ପ୍ରଜ୍ଞାପନ ମେଢ଼ଗୁଡ଼ିକର ରିହରସଲ ହେବ ।

SHARE BY