ଏଣିକି ଶିଳ୍ପ ସମୃଦ୍ଧ ହେବ ଓଡ଼ିଶା । ରାଜ୍ୟକୁ ଆସିବ ଇଲେକ୍ଟ୍ରୋନିକ ଭେଇକିଲ ବା ଇଭି ଶିଳ୍ପ । ଓଡ଼ିଶାରେ ଉତ୍ପାଦନ ନିମନ୍ତେ କିଛି ଚାର୍ଜିଂ ଷ୍ଟେସନ ନିର୍ମାତା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । କିଛି ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା ମେକ୍ ଇନ୍ ଓଡ଼ିଶାର ଆଗାମୀ କନକ୍ଲେଭରେ ଯୋଗଦେବେ । ନିବେଶକ ସମ୍ମିଳନୀରେ ବହୁ ଖ୍ୟାତାନାମା କମ୍ପାନୀ ଓଡ଼ିଶା ଆସିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଣୁ ଆଗାମୀ ଦିନରେ ଓଡ଼ିଶାରେ ଅଟୋମୋବାଇଲ କମ୍ପାନୀ ସ୍ଥାପନ ହେବାର ସମ୍ଭାବନା ରହିଛି । ଓଡ଼ିଶାରେ ବିଦ୍ୟୁତ ଚାଳିତ ଓ ହାଇବ୍ରିଡ ଯାନ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ଦକ୍ଷ ମାନବ ସମ୍ବଳ ସହିତ ବିଦ୍ୟୁତ, ଜଳ ଓ ଜମିର ସୁବିଧା ରହିଛି । ବିଭିନ୍ନ ଆଇଟିଆଇରୁ ଉତ୍ତୀର୍ଣ୍ଣ ଦକ୍ଷ ମାନବ ସମ୍ବଳ ବିଭିନ୍ନ ଅଟୋମୋବାଇଲ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଦେଶରେ ବିଦ୍ୟୁତ ଚାଳିତ ଯାନର ଚାହିଦା ବଢୁଛି । ଏହାକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ଇଭି-ପଲିସି ୨୦୨୧ ପ୍ରଣୟନ କରିଛନ୍ତି । ଏଣୁ ଓଡ଼ିଶାରେ ଇଭି ଶିଳ୍ପ ପ୍ରତିଷ୍ଠା ହେଲେ ରାଜ୍ୟ ସରକାର ସମସ୍ତ ପ୍ରୋତ୍ସାହନ ଯୋଗାଇ ଦେବେ ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା