ଓଡ଼ିଶା ପୋଲିସ ତରଫରୁ ଡିପିଓ କ୍ୟାଡର ପୋଷ୍ଟ ଜୁନିୟର କ୍ଲର୍କ ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭୭ ଟି ପଦବୀ ପୂରଣ ଏହି ନିଯୁକ୍ତି ବାହାରିଛି। ଅନଲାଇନ ମୋଡରେ ଇଚ୍ଛୁକ ଛାତ୍ରୀଛାତ୍ର ଆବେଦନ କରିପାରିବେ। ୨୩ ସେପ୍ଟେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆବେଦନ କରିବାର ଶେଷ ସମୟ ସୀମା ଅକ୍ଟୋବର ୧୦ ରହିଛି।
www.odishapolice.gov.in ଓ୍ବେବ୍ସାଇଟକୁ ଯାଇ ଆବେଦନ କରିପାରିବେ। UR ପାଇଁ ୭ଟି, SEBC ପାଇଁ ୧୯ଟି, SC ପାଇଁ ୮୮ଟି, ST ପାଇଁ ୬୩ ପୋଷ୍ଟ ରହିଛି। ଦବ୍ୟାଙ୍ଗ, ମହିଳା, ଟ୍ରାନ୍ସଜେଣ୍ଡର ମଧ୍ୟ ଆବେଦନ କରିପାରିବେ। ପରୀକ୍ଷା ପ୍ରଣାଳୀ ୨ଟି ପ୍ରକ୍ରିୟାରେ ହେବ। କୋଟିଏ ହେଲା ଲିଖିତ ଏବଂ ଅନ୍ୟଟି କମ୍ପ୍ୟଟର ଟେଷ୍ଟ।
ବୟସ ସୀମା-
ସର୍ବନିମ୍ନ ବୟସ- ୨୧ ବର୍ଷ
ସର୍ବାଧିକ ବୟସ-୩୮ ବର୍ଷ
ବୟସ ଗଣନା ୦୧/୦୧/୨୦୨୪ ଅନୁସାରେ ହେବ
ଏଜୁକେଶନାଲ କ୍ୱାଲିଫିକେଶନ-
+୨ ପାସ୍ କରିଥିବା ଆବଶ୍ୟକ
କମ୍ପ୍ୟଟର ଜାଣିଥିବା ଆବଶ୍ୟକ
ଓଡ଼ିଆ ଜାଣିଥିବା ଆବଶ୍ୟକ
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍