୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୨ଲକ୍ଷ ୬୦ହଜାର କୋଟିର ବଜେଟ୍ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିରୁ ପ୍ରାୟ ୯୦ହଜାର କୋଟି ଟଙ୍କା ଅନ୍ତରୀଣ ବଜେଟ୍ ରହିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବଜେଟ୍ ସମ୍ପର୍କରେ ସୂଚନା ଦେଇଥିଲେ। ଏହାକୁ ମନ୍ତ୍ରୀ ପରିଷଦ ଅନୁମୋଦନ କରିଥିଲା । ଏହା ବିଧାନସଭାରେ ଉପସ୍ଥାପନ ହେବାକୁ ଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନି । ଆସନ୍ତା ଏପ୍ରିଲରେ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାର ବିଧାନସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବେ। ଏଥିରେ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ରାଜ୍ୟ ସରକାର ଘୋଷଣା କରିଥିବା ମେଟ୍ରୋ ପ୍ରକଳ୍ପ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା ହୋଇଛି। ସେହିପରି ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଯେପରି ବିକାଶମୂଳକ କାର୍ଯ୍ୟ ଜାରି ରହିବ, ସରକାରୀ କର୍ମଚାରୀଙ୍କ ବେତନ, ପେନସନ୍ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚରେ ଯେପରି କୌଣସି ସମସ୍ୟା ହେବନି ସେନେଇ ବଜେଟ୍ରେ ୪ମାସ ପାଇଁ ପ୍ରାୟ ୯୦ହଜାର କୋଟିର ଆର୍ଥିକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।
“The eyes believe themselves, the ears believe other people.”
More Stories
ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
ଏହି ସୁପର୍ ଫୁଡ୍ ଖାଇ ଘଟାନ୍ତୁ ଓଜନ..
ଏହି ରୋଗ ଥିଲେ ଅଧିକ କଲରା ଖାଇବା ମନା