ଦ୍ୱିତୀୟ ସୋଆ ସାହିତ୍ୟ ଉତ୍ସବ । ଦେଶର ସାହିତ୍ୟ, ସଂସ୍କୃତି, କଳା, ମଂଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ଉଜ୍ଜଳ ତାରକାମାନେ ଏଠାରେ ନଭେମ୍ବର ୨୪ ରୁ ଆରମ୍ଭ ହେଉଥିବା ୩ ଦିନିଆ ସୋଆ ସାହିତ୍ୟ ଉତ୍ସବରେ ଯୋଗ ଦେବେ । ଏହି ଉତ୍ସବରେ ଏହି ବିଶିଷ୍ଟ ବ୍ୟକ୍ତିମାନେ ଭାରତୀୟ କଳା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ଆଲୋଚନା ତଥା ମତ ବିନିମୟ କରିବେ । ଦେଶର ଆଗ ଧାଡିର ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱିତୀୟ ଥର ପାଇଁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଯୋଗ ଦେଉଛନ୍ତି । ଏହି ଉତ୍ସବର ଟ୍ୟାଗ୍ ଲାଇନ୍ ରହିଛି ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍’ (ଶବ୍ଦ ଓ ଭାବନାର ଉତ୍ସବ) । ଏହି ସମାବେଶକୁ ନେଇ ସୋଆ ବିଶ୍ୱବିଦ୍ୟାଳୟ ଦେଶର ସାହିତ୍ୟ ଓ କଳା ପରମ୍ପରାର ମିଳନ ଭୂମି ହେବାକୁ ଯାଉଛି । ଏହି ଉତ୍ସବ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ଚିନ୍ତକମାନଙ୍କ ପାଇଁ ମତ ଆଦାନ ପ୍ରଦାନର ଏକ ପ୍ରମୁଖ ପୀଠ ହୋଇପାରିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି । ସୋଆ ଅଧିନରେ ୧୮ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ପ୍ରାଚୀନ ଏହା ମଧ୍ୟରୁ ଅନ୍ୟତମ ଏବଂ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକ କାର୍ଯ୍ୟ ପ୍ରାଚୀନ୍ ମାଧ୍ୟମରେ କରାଯାଉଥିବା ସୋଆ କୁଳପତି କହିଛନ୍ତି ।
More Stories
ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ଆଗୁଆ କରନ୍ତୁ କେୱାଇସି ଅପଡେଟ୍
ବଢିବ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା
କୋଲ୍ ହପର୍ ଖସି ଶ୍ରମିକ ଆହତ