ରେଳବାଇରେ ଚାକିରି କରିବାର ସୁଯୋଗ ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇରେ ଆରଆରବି ଏନଟିପିସିରେ ୧୦ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଯେଉଁମାନେ ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛା ରଖିଛନ୍ତି, ସେମାନେ ରେଜିଷ୍ଟ୍ରେସନ ଲିଙ୍କ ଖୋଲିବା ମାତ୍ରେ ଆବେଦନ କରିପାରିବେ ।
ଏଠାରେ ଜୁନିଅର କ୍ଲର୍କ, ଆଉଣ୍ଟସ କ୍ଲର୍କ, ଟାଇମ କିପର, ସିନିଅର କ୍ଲର୍କ, ଜୁନିଅର ଆକାଉଣ୍ଟ ଆସିଷ୍ଟାଣ୍ଟ, କର୍ମସିଆଲ ଅପାରଣ୍ଟିସ, ଷ୍ଟେସନ ମାଷ୍ଟର ।
ପଦବୀ ବିବରଣୀ : ୧୦,୮୮୪
ଅଣ୍ଡର ଗ୍ରାଜୁଏଟ : ୩୪୦୪
ଗ୍ରାଜୁଏଟ : ୭୪୭୯
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଏପର୍ଯ୍ୟନ୍ତ ଜାରି ହୋଇନାହିଁ ।
ଶିକ୍ଷାଗତ ଯୋଗ୍ୟତା : ଅଣ୍ଡର ଗ୍ରାଜୁଏଟ ଲେବଲର ପଦବୀ ପାଇଁ ଏବଂ ଗ୍ରାଜୁଏଟ ପଦବୀ ପାଇଁ ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୨ଶ ପାସ୍ କରିଥିବା ଜରୁରୀ ।
ବୟସ ସୀମା : ୟୁଜି ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ଏବଂ ଗ୍ରାଜୁଏଟ ପାସ୍ ପ୍ରାର୍ଥୀଙ୍କୁ ୧୮ ରୁ ୩୩ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।
କେମିତି ହେବ ଚୟନ :
ପଦବୀ ମୁତାବକ ଚୟନ ଅନେକ ପର୍ଯ୍ୟାୟରେ ପରୀକ୍ଷା ପାସ୍ କରିବା ପରେ ହେବ । ଷ୍ଟେସନ ମାଷ୍ଟର ଏବଂ ଟ୍ରାଫିକ ଆସିଷ୍ଟାଣ୍ଟ ପଦବ ପାଇଁ କମ୍ପ୍ୟୁଟର ପରୀକ୍ଷା, ଡକ୍ୟୁମେଣ୍ଟ ଭେରିଫିକେସନ, ମେଡିକାଲ ପରୀକ୍ଷା ପାସ୍ କରିବାକୁ ହେବ । ଅନ୍ୟ ପଦବୀ ପାଇଁ କମ୍ପ୍ୟୁଟର ପରୀକ୍ଷା, ଟାଇପିଂ ସ୍କିଲ ଟେଷ୍ଟ, ଡିବି ଏବଂ ମେଡିକାଲ ରାଉଣ୍ଡ ପାସ୍ କରିବାକୁ ହେବ । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ କିଛି ସମୟ ପରେ ରିଲିଜ ହେବ ।
ଆବେଦନ ଶୁଳ୍କ : ସାଧାରଣ ଏବଂ ଓବିସି ପ୍ରାର୍ଥୀ ୫୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ସେହିପରି ଅନ୍ୟମାନେ ୨୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ଅନୁସାରେ ଦରମା ମିଳିବ । ଅଣ୍ଡର ଗ୍ରାଜୁଏଟ ପ୍ରାର୍ଥୀଙ୍କୁ ୧୯,୯୦୦ରୁ ୨୧,୭୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ । ସେହିପରି ଗ୍ରାଜୁଏଟ ପାସ୍ ପଦବୀ ପାଇଁ ୨୫,୫୦୦ରୁ ୩୫,୪୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ । ଏହାସହିତ ଅନ୍ୟ ସମସ୍ତ ସୁବିଧା ମିଳିବ ।
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ