ଆଜି ଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ । ନାମାଙ୍କନ ଦାଖଲ ପ୍ରକ୍ରିୟା ଆଝିଠୁ ଆରମ୍ଭ ହୋଇ ୩୦ ସେପ୍ଟେମ୍ବରରେ ଶେଷ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ତାରିଖ ଅକ୍ଟୋବର ୮ ରହିଛି । ଯଦି ଏକରୁ ଅଧିକ ନାମାଙ୍କନ ପତ୍ର ଦାଖଲ ହୁଏ ତାହେଲେ ଅକ୍ଟୋବର ୧୭ରେ ନିର୍ବାଚନ ହେବ । ଅକ୍ଟୋବର ୧୯ରେ ଫଳାଫଳ ପ୍ରକାଶ ପାଇବ । ତେବେ କିଏ ନାମାଙ୍କନ ଭରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର । ଆକଳନ କରାଯାଉଥିଲା ଯେ, ଅଶୋକ ଗେହେଲୋଟ ଓ ଶଶୀ ଥରୁରଙ୍କ ମଧ୍ୟରେ ମୁକାବିଲା ହେବ, କିନ୍ତୁ ଅନ୍ୟ କଂଗ୍ରେସ ନେତା ମଧ୍ୟ ନାମାଙ୍କନ ଭରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ମଲ୍ଲିକାର୍ଜୁନ ଖାଡଗେ, ସୁଶୀଲ କୁମାର ସିନ୍ଦେ , ଦିଗବିଜୟ ସିଂହ, ମନୀଷ ତିୱାରୀ, କେ ସି ବେଣୁଗୋପାଳଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । ତେବେ ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ