The Topmost

“The eyes believe themselves, the ears believe other people.”

ମେଡିସିନରେ ଦୁଇ ବୈଜ୍ଞାନିକଙ୍କୁ ନୋବେଲ

ମେଡିସିନ ଲାଗି ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା । ଦୁଇ ଜଣଙ୍କୁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ହେଲେ କାଟାଲିନ କାରିକୋ ଓ ଡ୍ରିଉ ଓ୍ବିସମ୍ୟାନ । କୋଭିଡ-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ତିଆରି କ୍ଷେତ୍ରରେ ନ୍ୟୁକ୍ଲିଓସାଇଡି ବେସ୍ ପ୍ରସ୍ତୁତି ଲାଗି ସେମାନଙ୍କୁ ମିଳିଛି ନୋବେଲ ପୁରସ୍କାର । ଏନେଇ ନୋବେଲ କମିଟି ପକ୍ଷରୁ କୁହାଯାଇଛି- ଶରୀରର ପ୍ରତିରୋଧକ ବ୍ୟବସ୍ଥା କ୍ଷେତ୍ରରେ ଏମଆରଏନଏ କିପରି କାମ କରିଥାଏ ତାହା ଗବେଷଣାରୁ ସ୍ପଷ୍ଟ ହୋଇଥିଲା । ମଣିଷ ପ୍ରତି ଦେଖାଯାଇଥିବା ବିପଦଗୁଡିକର ମୁକାବିଲା ଲାଗି ସେମାନେ ଟିକା ଅଭିବୃଦ୍ଧି ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କଗବେଷଣା କୋଭିଡ ମହାମାରୀ ବିରୋଧରେ ଏକ ଦୃଢ଼ ପଦକ୍ଷେପ ସାବ୍ୟସ୍ତ ହୋଇଥିଲା । ହଙ୍ଗେରୀରେ ଜନ୍ମିତ କାରିକୋ ଓ ଓ୍ବେସମ୍ୟାନ ଆମେରିକାରେ ବସବାସ କରୁଥିବାବେଳେ ୨୦୨୦ ଶେଷ ଭାଗରେ ସେମାନେ ଏମଆରଏନଏଭିତ୍ତିକ କୋଭିଡ ଟିକା ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଟିକା କୋଭିଡ ମହାମାରୀ କାଳରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲା ।