The Topmost

“The eyes believe themselves, the ears believe other people.”

କେହି ଜାଣି ନାହାଁନ୍ତି ସ୍ବାଧୀନତା ସଂଗ୍ରାମୀ ଭିକାଜୀ କାମାଙ୍କୁ

ଏହି ଅଗଷ୍ଟ 15, ଭାରତ ବ୍ରିଟିଶ ରାଜଙ୍କ ଠାରୁ ସ୍ବାଧୀନତାର 78 ବର୍ଷ ପାଳନ କରିବାକୁ ଯାଉଛି । ଏହାରି ଭିତରେ ଦେଶବାସୀଙ୍କ ସ୍ୱାଧୀନତା ପାଇଁ 200 ବର୍ଷ ପୁରୁଣା ସଂଗ୍ରାମକୁ ମନେ ରଖିଛନ୍ତି ପ୍ରତ୍ୟେକ ଭାରତୀୟ । ତେବେ ସ୍ବାଧୀନତାର ଏହି ସଂଗ୍ରାମ ଲଢିଥିବା ପ୍ରସିଦ୍ଧ ନେତାମାନଙ୍କୁ ତ ସମସ୍ତେ ମନେପକାଇବେ । ସେମାନଙ୍କ ମଧ୍ୟରେ ମହାତ୍ମା ଗାନ୍ଧୀ, ନେତଜୀ ସୁଭାଷ ଚନ୍ଦ୍ର ବୋଷ, ଭାଗତ ସିଂ, ମଙ୍ଗଲ ପାଣ୍ଡେ ଇତ୍ୟାଦି ଅଛନ୍ତି, କିନ୍ତୁ ଅନ୍ୟମାନେ ମଧ୍ୟ ଅଛନ୍ତି ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନରେ ସହଯୋଗ କରିଥିଲେ କିନ୍ତୁ ସେମାନଙ୍କ ନାମ ଅନ୍ଧକାରରେ ।

ତାଙ୍କୁ କେହି ମନେ ରଖିନାହାଁନ୍ତି । କି 200 ବର୍ଷର ଇତିହାସରେ ସେମାନେ କେବେ ସାମ୍ନାକୁ ଆସି ନିଜର ଅସ୍ତତ୍ବ ମଧ୍ୟ ଜାହିର କରିନାହାଁନ୍ତି । ଏହା କୌଣସି ଶ୍ରେୟ ନେବାର ପ୍ରତିଯୋଗିତା ନୁହେଁ । ବରଂ ଦେଶ ପାଇଁ କିଛି କରିବାର ସୁଯୋଗ ଭାବି ନିସ୍ବାର୍ଥପର ଭାବରେ ନିଜର ଯୋଗଦାନ ଦେଇଛନ୍ତି । ନା ଅଛି ପରିଚିତି ପୁରସ୍କାରର ଆଶା, ନା ଅଛି ରାଜନେତା ହେବାର ଲୋଭ । ଦେଶ ଆଜି ସ୍ବାଧୀନ ଏହା ହିଁ ସେମାନଙ୍କର ମୂଲ୍ୟ । ତେବେ ଆସନ୍ତୁ ମନେ ପକାଇବା ଏପରି କିଛି ଲୁକ୍କାଇତ ହିରୋଙ୍କୁ ।

ଭିକାଜୀ କାମା

ଲୋକମାନେ ହୁଏତ ରାସ୍ତା ଏବଂ ଅଟ୍ଟାଳିକାରେ ତାଙ୍କ ନାମ ଶୁଣିଥିବେ, କିନ୍ତୁ ସେ କିଏ ଏବଂ ସେ ଭାରତ ପାଇଁ କଣ କରିଛନ୍ତି ତାହା ଖୁବ୍ କମ୍ ଲୋକ ଜାଣନ୍ତି | କାମା କେବଳ ଭାରତର ସ୍ବାଧୀନତା ଆନ୍ଦୋଳନର ଏକ ଅଂଶ ନୁହେଁ ବରଂ ଏକ ଆଇକନୋକ୍ଲାଷ୍ଟ ଯିଏ ଉନବିଂଶ ଶତାବ୍ଦୀର ଶେଷ ତଥା ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଲିଙ୍ଗଗତ ସମାନତା ପାଇଁ ଛିଡା ହୋଇଥିଲା।

ସେ ତାଙ୍କର ଅଧିକାଂଶ ବ୍ୟକ୍ତିଗତ ଜିନିଷ ଝିଅମାନଙ୍କ ପାଇଁ ଏକ ଅନାଥ ଆଶ୍ରମରେ ଦାନ କରିଥିଲେ | 1907 ମସିହାରେ ଜର୍ମାନୀର ଷ୍ଟଟ୍ଗାର୍ଟରେ ଚାଲିଥିବା ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ ସେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ।

SHARE BY