ମହାରାଷ୍ଟ୍ର ଧୁଲେରେ ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁକାଶ୍ମୀରରେ କଂଗ୍ରେସର ମିଳିତ ସରକାର ଏବଂ ଜାତୀୟ ସମ୍ମିଳନୀ ଉପରେ କଡା ଆକ୍ରମଣ କରିଥିଲେ । ମୋଦୀ କହିଛନ୍ତି ଯେ କାଶ୍ମୀରକୁ କଂଗ୍ରେସ ପୁଣିଥରେ ଭାଙ୍ଗିବା ପାଇଁ ଷଡଯନ୍ତ୍ରୀ କରୁଛି । ଏହି ଦୁଇ ଦଳ ଜାମ୍ମୁକାଶ୍ମୀରରେ ଧାରା ୩୭୦ ଫେରାଇ ଆଣିବା ପାଇଁ ଚାହୁଁଛନ୍ତି । ଯାହାକୁ ନେଇ ବିଧାନସଭାରେ ବାରମ୍ବାର ହଟଗୋଳ ହେଉଛି ।
ତେବେ ଜାମ୍ମୁକାଶ୍ମୀର ବିଧାନସଭାରେ ଧାରା ୩୭୦ ପ୍ରତ୍ୟାହାର ପାଇଁ ପାରିତ ମଧ୍ୟ ହୋଇସାରିଛି । ଏହାକ ଗୃହର କିଛି ସଦସ୍ୟ ମାନେ ସମର୍ଥନ କରି ବ୍ୟାନର ଦେକାଇଥିଲେ । ଯାହାକୁ ବିଜରପି ବିଦାୟକ ମାନେ ବିରୋଧ କରିଛନ୍ତି । ଜାମ୍ମୁ କାଶ୍ମୀରରେ ବାବାସାହେବଙ୍କ ସମ୍ବିଧାନ କଂଗ୍ରେସ ଚାହୁଁନାହିଁ। କଂଗ୍ରେସ ମିଳିତ ମଞ୍ଚ ସମ୍ବିଧାନର ଏକ ମିଥ୍ୟା ପୁସ୍ତକ ହଲାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ କେବଳ ବାବାସାହେବଙ୍କ ସମ୍ବିଧାନ କାର୍ୟ୍ୟ କରିବ। କଂଗ୍ରେସ ପାକିସ୍ତାନର ଏଜେଣ୍ଡାକୁ ପ୍ରୋତ୍ସାହିତ କରିବା ବନ୍ଦ କରିବା ଉଚିତ୍। କଂଗ୍ରେସ କାଶ୍ମୀର ସମ୍ବନ୍ଧରେ ବିଚ୍ଛିନ୍ନତାବାଦୀଙ୍କ ଭାଷା କହିବା ଉଚିତ୍ ନୁହେଁ। ଏକବିଂଶ ଶତାବ୍ଦୀର ସବୁଠାରୁ ବଡ ନିଷ୍ପତ୍ତି ଧାରା ୩୭୦ ହଟାଇବା। କଂଗ୍ରେସ ଏବଂ ଜାତୀୟ ସମ୍ମିଳନୀର ଯୋଜନା ସଫଳ ହେବ ନାହିଁ। ଏପରିକି ଦୁନିଆର କୈାଣସି ଶକ୍ତି ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଫେରାଇ ଆଣିପାରିବ ନାହିଁ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ କଂଗ୍ରେସ ଗୋଟିଏ ଜାତି ଅନ୍ୟ ଗୋଷ୍ଠୀ ବିରୁଦ୍ଧରେ ଲଢେଇ କରିବା ପାଇଁ କରିବା ପାଇଁ ଏକ ଗେମ ଖେଳୁଛିଜ୍ଝ କାରଣ କଂଗ୍ରେସ ଦଳିତ, ପଛୁଆ ବର୍ଗ ଏବଂ ଆଦିବାସୀମାନଙ୍କୁ ଆଗକୁ ବଢିବା କେବେ ଦେଖିପାରିବ ନାହିଁ । ଏହା ହେଉଛି କଂଗ୍ରେସର ଇତିହାସ, ସେଥିପାଇଁ ମୁଁ କହୁଛି ‘ଯଦି ଆମେ ମିଳିତ, ତେବେ ଆମେ ସୁରକ୍ଷିତ।’ ଆମକୁ ଏକଜୁଟ ହୋଇ କଂଗ୍ରେସର ବିପଜ୍ଜନକ ଖେଳକୁ ଖଣ୍ଡନ କରିବାକୁ ହେବ ଏବଂ ବିକାଶ ପଥରେ ଆଗକୁ ବଢିବାକୁ ପଡିବ। ଯେଉଁଠାରେ ବିଭାଜନର ନିଆଁ ଅଛି, ଏହାର ମୂଳରେ କଂଗ୍ରେସର ଜାତୀୟ ବିରୋଧୀ ଭାବନା ରହିଛି। ଦେଶ ଭାଙ୍ଗିବା ପାଇଁ କଂଗ୍ରେସ ସବୁବେଳେ ଷଡଯନ୍ତ୍ରର ଏକ ଅଂଶ ହୋଇଆସୁଛି।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ