ଭାରତ-କାନାଡା ବିବାଦକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବିବାଦ ଜୋର ଧରିଥିବା ବେଳେ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାର ଷଡଯନ୍ତ୍ର କରିଥିଲା ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ । ହରଦୀପ ସିଂହ ନିଜ୍ଜରକୁ ହତ୍ୟା କରି ଭାରତ ଉପରେ ଦୋଷ ଲଦିବାକୁ ଷଡଯନ୍ତ୍ର ରଚିଥିଲା ଆଇଏସଆଇ । ନିଜ୍ଜରକୁ ମାରିବା ପାଇଁ ଭଡାଟିଆ ହତ୍ୟାକାରୀ ନିଯୁକ୍ତ କରିଥିଲା ଆଇଏସଆଇ । ଏଥିରେ ଭାରତର ଛବି ପ୍ରଭାବିତ କରିବାକୁ ଷଡଯନ୍ତ୍ର କରିଥିଲା ପାକ୍ ଗୁଇନ୍ଦା ସଂସ୍ଥା । ଏବେ ନିଜ୍ଜରର ହତ୍ୟା ପରେ ଆଇଏସଆଇ ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ନିୟୋଜିତ କରିବାକୁ ଯୋଜନା କରିଛି । ଏପରିକି ପାକିସ୍ତାନ ଏବଂ କାନାଡା ମିଶି ଷଡଯନ୍ତ୍ର ରଚିଥିବା ଏନଆଇଏ କହିଛି । ସେପଟେ ଖଲିସ୍ତାନୀ ଆତଙ୍କୀଙ୍କୁ ସାବାଡ଼ କରିବା ପାଇଁ ୫୩ଟି ସ୍ଥାନରେ ରେଡ କରିଛନ୍ତି ଏନଆଇଏ । ଚଢାଉ କରି ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି । ପଞ୍ଜାବ, ଜମ୍ମକାଶ୍ମୀର ସମେତ ଦେଶର ୬ ରାଜ୍ୟରେ ଏନଆଇଏ ରେଡ କରିଛି । ଗ୍ୟାଙ୍ଗଷ୍ଟର ଓ ଖଲିସ୍ତାନୀ ନେଟୱାର୍କର ପର୍ଦ୍ଦାଫାଶ ପାଇଁ ୫୩ଟି ସ୍ଥାନରେ ରେଡ କରିଛି ଏନଆଇଏ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍