ଚାକିରି ଆଶାୟୀଙ୍କ ପାଇଁ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଅନେକ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଜୁଲାଇ ୨୭ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ତାହା ଅଗଷ୍ଟ ୧୫ ତାରିଖରେ ସମାପ୍ତ ହେବ । ସେପ୍ଟେମ୍ବର ୧ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ ।
ଏହି ନିଯୁକ୍ତି ସମ୍ପର୍କରେ ସବିଶେଷ ତଥ୍ୟ ପାଇବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଚେକ୍ କରିପାରିବେ । ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡରେ ଅନେକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମୋଟ ୧୦୨ଟି ପଦ ଖାଲି ରହିଛି । ଏଥିପାଇଁ ପ୍ରାର୍ଥୀଙ୍କୁ ୮୫୦ ଟଙ୍କାର ଆବେଦନ ଫିସ୍ ଭରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି ।
ପ୍ରାର୍ଥୀମାନେ ମାଷ୍ଟର, ରୁପେ, ଭିଜା ଆଦି ଡେବିଟ କିମ୍ବା କ୍ରେଡିଟ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ଅନଲାଇନ୍ ମୋଡ଼ରେ ପେମେଣ୍ଟ କରିପାରିବେ । ଚଳିତ ବର୍ଷ ଜୁଲାଇ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ନିୟମ ଅନୁସାରେ ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଷୟରେ ଡିପ୍ଲୋମା, ଡିଗ୍ରୀ, ପିଜି, ପିଜି ଡିପ୍ଲୋମା ଆଦି ରହିଥିବା ଆବଶ୍ୟକ ।ଅନଲାଇନ୍ ଆବେଦନ ଲିଙ୍କ:
More Stories
ଜାଣନ୍ତୁ କଣ ଏହି ଲକ୍ଷପତି ଦିଦି ସହାୟିକା ଯୋଜନା, କିଏ ପାଇବେ ସାହାଯ୍ୟ
କୌଣସି ଯନ୍ତ୍ର ବିନା ନିଜେ ମାପନ୍ତୁ ସୁନାର ସୁଦ୍ଧତା
cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ