The Topmost

“The eyes believe themselves, the ears believe other people.”

ସରକାରୀ କର୍ମଚାରୀଙ୍କ ପାଇଁ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ

ଏଣିକି ହେଲୋ ନୁହେଁ ‘ବନ୍ଦେ ମାତରମ୍’ କହିବାକୁ ପଡିବ । ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶ ଜାରି କଲେ ମହାରାଷ୍ଟ୍ର ସରକାର । ସରକାରୀ କିମ୍ବା ସରକାରୀ ଅନୁଦାନପ୍ରାପ୍ତ ସଂଙ୍ଗଠନ କର୍ମଚାରୀଙ୍କ ପାଇଁ ଏପରି ନିର୍ଦ୍ଦେଶନାମା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଏକନାଥ ସିନ୍ଧେ ସରକାର ଏପରି ସରକାରୀ ସଙ୍କଳ୍ପ ଜାରି କରିଛନ୍ତି । ସୂଚନା ଅନୁସାରେ ସରକାରୀ କର୍ମଚାରୀଙ୍କ ଫୋନ୍ କଲ ଆସିଲେ କିମ୍ବା କେହି ତାଙ୍କୁ ଅଫିସକୁ ଭେଟିବାକୁ ଆସିଲେ ତାଙ୍କୁ ହେଲୋ ନକହି ବନ୍ଦେ ମାତରମ୍ କହି ଅଭିବାଦନ ଜଣାଇବେ ସରକାରୀ ଅଧିକାରୀ ଓ କର୍ମଚାରୀ । ଏହି ନିୟମ ଗାନ୍ଧୀ ଜୟନ୍ତୀ ଠାରୁ ମାନେ ଆଜିଠାରୁ ଲାଗୁ ହେବ । ତେବେ ଏହାକୁ ବାଧ୍ୟତାମୂଳକ କରିବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ‘ହେଲୋ’ ଏକ ବିଦେଶୀ ଶବ୍ଦ । ଏଥିରେ ଜାତୀୟତା ଓ ପ୍ରକୃତ ଶ୍ରଦ୍ଧା ସମ୍ମାନ ଅନୁଭବ ହୁଏ ନାହିଁ । କିନ୍ତୁ ବନ୍ଦେ ମାତରମ୍ କହିବା ଦ୍ୱାରା ଲୋକଙ୍କ ମନରେ ଜାତୀୟତା ଭାବ ସହ ଏକତ୍ୱ ଭାବ ସୃଷ୍ଟି ହେବ । ତେଣୁ ଏହାକୁ ପ୍ରଥମେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରାଯିବା ପରେ ଜନସାଧାରଣଙ୍କୁ ଏ ବାବଦରେ ସଚେତନ କରାଯିବା ନେଇ ମହାରାଷ୍ଟ୍ରର ସଂସ୍କୃତି ମନ୍ତ୍ରୀ ସୁଧୀର ମୁଙ୍ଗତିୱାର କହିଛନ୍ତି ।