ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚଳିତ ଡିସେମ୍ବର ୨୯ ତାରିଖରେ ଜାତୀୟ ଶିଶୁ ଶଲ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍ର ଶିଶୁ ଶଲ୍ୟ ବିଭାଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷଜ୍ଞ ଓ ଡାକ୍ତର ମାନେ ଶିଶୁ ଶଲ୍ୟ ସମ୍ପର୍କିତ ବିଭିନ୍ନ ରୋଗକୁ ନେଇ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ଶିଶୁ ଉତମ ଯତ୍ନ ଓ ଚିକିତ୍ସା ପାଇବା ପାଇଁ ହକ୍ଦାର । କେତେକ ଶିଶୁଙ୍କର ଶରୀରରେ ଜନ୍ମଗତ ତ୍ରୁଟି ଥିବା ବେଳେ କାହାର କାହାର ପରବର୍ତୀ ସମୟରେ ସମସ୍ୟା ଦେଖାଦେଇଥାଏ । ଶିଶୁମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା, କଫ, କାଶ ସହିତ କିଡ୍ନୀ, ପେଟ ସମସ୍ୟା ସହ ହୃଦଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ସେହିପରି ହାର୍ନିଆ ଓ ଚର୍ମ ସମସ୍ୟା ମଧ୍ୟ ଉପୁଜିଥାଏ । ତେଣୁ ଏହିସବୁ ସମସ୍ୟାରୁ ଶିଶୁମାନଙ୍କୁ ଉତମ ଚିକିତ୍ସା ଓ ଅସ୍ତ୍ରୋପଚାର ମାଧ୍ୟମରେ ସୁସ୍ଥ କରିବା ନିମନ୍ତେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଶିଶୁ ଶଲ୍ୟ ବିଶେଷଜ୍ଞମାନଙ୍କର ଆବଶ୍ୟକତା ରହିଛି ବୋଲି ଏହି ଅବସରରେ ବିଶେଷଜ୍ଞ ମାନେ ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ରଙ୍କ ସମେତ ଶିଶୁ ଶଲ୍ୟ ବିଭାଗର ପ୍ରଫେସର ହିରଣ୍ୟ କୁମାର ମହାନ୍ତି, ପ୍ରଫେସର ସୁଧାଂଶୁ ଏସ୍. ପାତ୍ର, ଆସୋସିଏଟ୍ ପ୍ରଫେସର ଡାକ୍ତର ଲଳିତ ପଣ୍ଡା, ଡାକ୍ତର ବିକ୍ରମ ବେହେରା, ଡାକ୍ତର ସନ୍ତୋଷ ସୁବୁଦ୍ଧି ଓ ଶିଶୁ ରୋଗ ବିଭାଗର ପ୍ରଫେସର ଅରକ୍ଷିତ ସ୍ୱାଇଁ, ପ୍ରଫେସର ସରୋଜ ଶତପଥୀ, ପ୍ରଫେସର ରତନ କୁମାର ଦାସ, ଡାକ୍ତର ପ୍ରିୟଙ୍କା ପଣ୍ଡା ଓ ଡାକ୍ତର ପୁଣ୍ୟପ୍ରଭା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍