The Topmost

“The eyes believe themselves, the ears believe other people.”

ଯେଉଁ ସ୍ଥାନକୁ ଯାଉଛନ୍ତି, ସେ ସ୍ଥାନର ଲୋକପ୍ରିୟତା ବଢାଉଛନ୍ତି ମୋଦୀ

ଯେଉଁ ସ୍ଥାନକୁ ଯାଉଛନ୍ତି ମୋଦୀ, ବଢିଯାଉଛି ସେ ସ୍ଥାନର ଲୋକପ୍ରିୟତା । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ସେ ସ୍ଥାନ । ସେ ସ୍ଥାନକୁ ବଢୁଛି ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦ୍ୱାରିକା ଗସ୍ତ କରି ସେଠାରେ ଦ୍ୱାରିକାଧିଶଙ୍କ ପୂଜାର୍ଚ୍ଚନା କରିଛନ୍ତି । କେବଳ ସେତିକି ନୁହେଁ ସମୁଦ୍ରରେ ବୁଡି ପ୍ରାଚୀନ ଦ୍ୱାରିକା ନଗରୀର ଦର୍ଶନ ବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ସମୟର ଫଟୋ, ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି । ଲୋକେ ଦ୍ୱାରିକା ନଗରୀ ଆଉ ସମୁଦ୍ରରେ ବୁଡି ରହିଥିବା ପ୍ରାଚୀନ ଦ୍ୱାରିକା ନଗରୀ ବିଷୟରେ ଜାଣିବା ପାଇଁ ଇଣ୍ଟରନେଟରେ ସନ୍ଧାନ କରିବା ଆରମ୍ଭ କରି ଦେଇଛନ୍ତି । ମୋଦୀଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟତା ହାସଲ କରିଛି । ୟୁଟ୍ୟୁବ ଓ ଇନଷ୍ଟାଗ୍ରାମରେ କୋଟି କୋଟି ଫଲୋଅର ମୋଦୀଙ୍କ ଏହି ଭିଡିଓ ଦେଖିଛନ୍ତି । ମୋଦୀ ନିଜେ ମଧ୍ୟ ଦ୍ୱାରିକା ନଗରୀର ଭୁରି ଭୁରି ପ୍ରଶଂସା ବି କରିଛନ୍ତି । ତେବେ ମୋଦୀ ଯେଉଁ ସ୍ଥାନକୁ ଯାଉଛନ୍ତି, ସେ ସ୍ଥାନ ଚର୍ଚ୍ଚା ସାଉଁଟିବା କିଛି ନୂଆ କଥା ନୁହେଁ । ପୂର୍ବରୁ ବି ଏମିତି ଅନେକ ଥର ଦେଖିବାକୁ ମିଳିଛି । ମୋଦୀ ଲାକ୍ଷାଦ୍ୱୀପ ଗଲେ, ସେଠାକାର ଭିତିଭୂମୀର ବିକାଶ ହେବା ସହ ଲୋକଙ୍କ ଲାକ୍ଷାଦୀପ ପ୍ରତି ଆଗ୍ରହ ବଢିଲା । କେବଳ ଲାକ୍ଷାଦ୍ୱୀପ ନୁହେଁ, ୨୦୧୯ରେ ମୋଦୀଙ୍କ କେଦାରନାଥ ଗସ୍ତ ପର୍ଯ୍ୟଟକଙ୍କ ଏହି ସ୍ଥାନ ପ୍ରତି ଆଗ୍ରହ ବଢାଇ ଦେଇଥିଲା ।