The Topmost

“The eyes believe themselves, the ears believe other people.”

NALCO ର ଚଳିତ ବର୍ଷ ଆୟ ଜାଣିଲେ ତାଜୁବ ହେବେ

ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲ୍‌କୋ)ପକ୍ଷରୁ ଆର୍ଥିକ ବର୍ଷ ୨୦୨୪-୨୫ର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷିତ ହୋଇଛି। ୨୦୨୪ ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନିର ନିଟ୍‌ ଲାଭ ୧,୫୮୩ କୋଟି ଟଙ୍କା ହୋଇଛି। ବିଗତ ବର୍ଷରେ ତାହା ୪୮୮ କୋଟି ଟଙ୍କା ଥିଲା। ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ଉପସ୍ଥାପନ କରାଯାଇଥିବା ଫଳାଫଳ ଅନୁଯାୟୀ କମ୍ପାନିର ମୋଟ ଆୟ ୪,୭୬୧ କୋଟି ଟଙ୍କା ହୋଇଛି ଯାହା ଗତବର୍ଷ ଏହି ସମୟରେ ୩୩୯୮ କୋଟି ଟଙ୍କା ଥିଲା। ୨୦୨୪ ଡିସେମ୍ବର ସୁଦ୍ଧା‌ ଶେଷ ୯ ମାସରେ କମ୍ପାନିର ମୋଟ କାରବାର ୧୧,୫୨୦ କୋଟି ଟଙ୍କା ଓ ନିଟ୍‌ ଲାଭ ୩,୨୪୬ କୋଟି ଟଙ୍କା ହୋଇଛି। 

ପୂର୍ବବର୍ଷ ତାହା ଯଥାକ୍ରମେ ୯,୫୭୦   କୋଟି ଟଙ୍କା ଏବଂ ୧,୦୪୪ କୋଟି ଟଙ୍କା ଥିଲା। ନିଟ ଲାଭ ୨୧୧ ପ୍ରତିଶତ ଓ ମୋଟ୍‌ କାରବାର ୨୦ ପ୍ରତିଶତ ବୃଦ୍ଧି ପାଇଛି। ନାଲକୋ ସିଏମ୍‌ଡି ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ କାର୍ଯ୍ୟ ପ୍ରଣାଳୀରେ ଉନ୍ନତି, ଖର୍ଚ୍ଚ ହ୍ରାସ ଏବଂ ଉତ୍ପାଦର ଗୁଣବତ୍ତା ବୃଦ୍ଧି କମ୍ପାନିର ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କଞ୍ଚାମାଲର ମୂଲ୍ୟ ହ୍ରାସ, ଆଲୁମିନା ଏବଂ ଧାତୁ ବିକ୍ରିରେ ଅଭିବୃଦ୍ଧି ଏବଂ କ୍ୟାପ୍‌ଟିଭ୍‌ କୋଇଲା ଖଣିର ଉପଯୋଗ ଯୋଗୁଁ ଏଭଳି ଫଳାଫଳ ସମ୍ଭବ ହୋଇଛି।। ବର୍ତ୍ତମାନ, କମ୍ପାନିର ୫ମ ଷ୍ଟ୍ରିମ୍ ରିଫାଇନାରି ସମ୍ପ୍ରସାରଣ, ପୋଟାଙ୍ଗି ଖଣିର କାର୍ଯ୍ୟକ୍ଷମତା, ସ୍ମେଲଟର ପ୍ଲାଣ୍ଟର ବ୍ରାଉନଫିଲ୍ଡ ସମ୍ପ୍ରସାରଣ ଏବଂ ଯୋଜନାବଦ୍ଧ ଭାବେ ସିପିପି ସମ୍ପ୍ରସାରଣ ସମେତ ବିଭିନ୍ନ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟସମାପ୍ତି ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି। କମ୍ପାନି ଇକ୍ବିଟି ସେୟାର ପିଛା ୪ ଟଙ୍କାର ଦ୍ବିତୀୟ ଅନ୍ତରୀଣ ଲାଭାଂଶ ଘୋଷଣା କରିଛି।

SHARE BY