The Topmost

“The eyes believe themselves, the ears believe other people.”

ଅଲିମ୍ପିକ୍ ଜିତ୍ ପରେ PMLଙ୍କୁ ଭେଟିଲେ ଅର୍ଶଦ ନଦୀମ

ପ୍ୟାରିସ୍ ଅଲିମ୍ପିକ ୨୦୨୪ରେ ଜାଭେଲିନ୍ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ଅର୍ଶଦ ନଦୀମ ବିବାଦ ଘେରକୁ ଆସିଛନ୍ତି । ପ୍ୟାରିସରୁ ପାକିସ୍ତାନ ଫେରିବା ପରେ ସେ ପାକିସ୍ତାନ ମର୍କଜି ମୁସଲିମ୍ ଲିଗ୍ (ପିଏମଏମଏଲ୍) ନେତାଙ୍କୁ ସାକ୍ଷାତ କରିଛନ୍ତି । ପିଏମଏମଏଲ୍ ଆତଙ୍କବାଦୀ ସଂଗଠନ ଲଶ୍କର-ଏ ତୋଇବାର ଏକ ରାଜନୈତିକ ଦଳ ।

ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ମର୍କଜି ମୁସଲିମ୍ ଲିଗ୍ର ମୁଖପାତ୍ର ତାବିଶ କୟୁମ ଏବଂ ଯୁବ ଶାଖାର ଅଧ୍ୟକ୍ଷ ହାରିସ ଡାର ନଦୀମଙ୍କୁ ତାଙ୍କ ଘରେ ସାକ୍ଷାତ କରିଛନ୍ତି । ଏନେଇ ପିଏମଏମଏଲ୍ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ଶେୟାର କରାଯାଇ ସୂଚନା ଦିଆଯାଇଛି । ଏହି ସମୟରେ ପିଏମଏମଏଲ୍ ମୁଖପାତ୍ର ନଦୀମଙ୍କ ବାପା ମାଙ୍କୁ ମକ୍କା ଯିବା ଲାଗି ଟିକେଟ ଦେବେ ବୋଲି ଘୋଷଣା କରିଛନ୍ତି ।ପିଏମଏମଏଲ୍ ଯୁବ ଶାଖାର ଅଧ୍ୟକ୍ଷ ହାରିସ ଡାର ସ୍ବର୍ଣ୍ଣ ବିଜେତା ଅର୍ଶଦ ନଦୀମଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ପିଏମଏମଏଲ୍ ଯୁବ ଶାଖାର ଅଧ୍ୟକ୍ଷ ହାରିସ ଡାର ଲଶ୍କର-ଏ ତୋଇବାକୁ ଫଣ୍ଡିଂ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ସେ ଲଶ୍କର-ଏ ତୋଇବା ଏବଂ ଏହାର ପ୍ରତିବନ୍ଧିତ ରାଜନୈତିକ ଶାଖା ମିଲି ମୁସଲିମ୍ ଲିଗ୍ର ଯୁଗ୍ମ ସଚିବ ଥିବା କୁହାଯାଉଛି ।

nadeem-met-the-terrorists-after-the-olympic-victory

ସୂଚନାଯୋଗ୍ୟ, ୮ ଅଗଷ୍ଟ ୨୦୨୪ରେ ନଦୀମ ପ୍ରଥମ ପାକିସ୍ତାନୀ ଭାବରେ ଅଲିମ୍ପିକ୍ସରେ ସୂର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ନଦୀମ ୯୨.୭ ମିଟର ଥ୍ରୋ କରି ବଡ଼ ରେକର୍ଡ ସହ ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାରତର ନୀରଜ ଚୋପ୍ରା ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ସିଲଭର ମେଡାଲ ଜତିଛନ୍ତି ।

nadeem-met-the-terrorists-after-the-olympic-victory