The Topmost

“The eyes believe themselves, the ears believe other people.”

MYTHOLOGICAL STORY OF DHARMARAJ YUDHISHTIR

MYTHOLOGICAL STORY OF DHARMARAJ YUDHISHTIR

ଶ୍ରେଷ୍ଠ ଦାନ
ମହାଭାରତ ଯୁଦ୍ଧ ପରେ ଧର୍ମରାଜ ଯୁଧିଷ୍ଠିର ଅଶ୍ଵମେଧ ଯଜ୍ଞର ଆୟୋଜନ କଲେ। ବ୍ରାହ୍ମଣମାନଙ୍କୁ ଦାନ ଦକ୍ଷିଣା ଓ ଦରିଦ୍ର ଲୋକମାନଙ୍କୁ ଧନ, ବସ୍ତ୍ର, ଭୋଜନରେ ପରିତୃପ୍ତ କଲେ। ଯଜ୍ଞ ଚାଳିଥିବା ସମୟରେ ଗୋଟିଏ ନେଉଳ ଆସି ଧର୍ମରାଜଙ୍କୁ କହିଲେ, ଆପଣଙ୍କର ଏହି ଯଜ୍ଞ କୁରୁକ୍ଷେତ୍ରରେ ଥିବା ଏକ ଦରିଦ୍ର ବ୍ରାହ୍ମଣଙ୍କ ଛତୁଆ ସହିତ ତୁଳନୀୟ ନୁହେଁ । ଏକଥା ଶୁଣି ବ୍ରାହ୍ମଣ ଓ ରାଜାଗଣ ଆଶ୍ଚର୍ଯ୍ୟ ହୋଇ ନେଉଳକୁ କହିଲେ, ତୁମେ କାହିଁକି ଯଜ୍ଞର ନିନ୍ଦା କରୁଛ? ଏହାର ଉତ୍ତରରେ ନେଉଳ କହିଲା:- ଦରିଦ୍ର ବ୍ରାହ୍ମଣ ଜଣକ ଅତିଥି ପରାୟଣ, ତପସ୍ୱୀ । ଶସ୍ୟ ଉତ୍ପାଦନ ପରେ କ୍ଷେତରେ ପଡିଥିବା ଗହମ ଓ ଯଵ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ଏକଦା ଦୁର୍ଭିକ୍ଷ ପଡିଲା ।

ବ୍ରାହ୍ମଣ ସେଥିରୁ କିଛି ଅଳ୍ପ ଶସ୍ୟ ସଂଗ୍ରହ କରି ପାରିଲେ । ତାକୁ ଗୁଣ୍ଡ କରି ଛତୁଆ ପ୍ରସ୍ତୁତ କଲେ ଏବଂ ଭୋଜନରେ ବସିବା ବେଳେ ଜଣେ ଅତିଥି ପହଞ୍ଚିବାରୁ ସେ ଅର୍ଦ୍ଧେକ ଭୋଜନ ଅତିଥିଙ୍କୁ ଦେଇଦେଲେ । କିନ୍ତୁ ସେଥିରେ ଅତିଥିଙ୍କ କ୍ଷୁଧା ନିବାରଣ ନ ହେବାରୁ ବାକି ଅର୍ଦ୍ଧେକ ମଧ୍ୟ ଖାଇବାକୁ ଦେଲେ। ଅତିଥି ତୃପ୍ତ ହୋଇ ବ୍ରାହ୍ମଣଙ୍କୁ କହିଲେ, ହେ ବ୍ରାହ୍ମଣ ମୁଁ ଧର୍ମ ଦେବତା’ମୁଁ ତୁମକୁ ପରୀକ୍ଷା କରୁଥିଲି । ଦୁର୍ଭିକ୍ଷ ସମୟରେ ତୁମେ ନିଜର ତଥା ପରିବାରର ସମସ୍ତ ଖାଦ୍ୟ ଅତିଥିଙ୍କୁ ଦେଲ । ତୁମର ଦାନ ଶ୍ରେଷ୍ଠ ଦାନ । ଅଶ୍ଵମେଧ ଯଜ୍ଞ କଲେ ଯେତିକି ସୁଫଳ ମିଳେ ଏହା ସେତିକି ସୁଖଫଳର ଅଧିକାରୀ ।

ଏ ଦେଖ ଆଗରେ ବିମାନ ଅଛି ସପରିବାର ବସି ବ୍ରହ୍ମଲୋକ ଯାତ୍ରା କର। ବ୍ରାହ୍ମଣ ବ୍ରହ୍ମଲୋକ ଗଲାପରେ ମୁଁ ଗାତରୁ ବାହାରି, ଧର୍ମ ଦେବତା ଭୋଜନ କରି ଅଇଁଠା ହାତ ଧୋଇଥିବା ସେଇ ଜଳରେ ଗଡିଗଲି । ଆଉ ସେଥିରେ ମୋର ଅର୍ଦ୍ଧେକ ଶରୀର ସୁବର୍ଣ୍ଣ ହୋଇଗଲା। ସେହି ଦିନ ଠାରୁ ଅନେକ ଯଜ୍ଞରେ ଅଇଁଠା ଜଳରେ ଗଡିଛି । ହେଲେ ମୋର ଆଉ ଅର୍ଦ୍ଧେକ ଶରୀର ସୁବର୍ଣ୍ଣ ହେଉନାହିଁ । ଆଉ ଆଜି ଶୁଣିଲି ଧର୍ମ ରାଜ ଯୁଧିଷ୍ଠିର ଯଜ୍ଞ କରୁଛନ୍ତି। ମୋର ବାକି ଅର୍ଦ୍ଧେକ ଶରୀର ସୁବର୍ଣ୍ଣ ହେବା ଆଶାରେ ମୁଁ ଅଇଁଠା ଜଳରେ ଗଡିଲି ମାତ୍ର ମୋ ଶରୀର ସୁବର୍ଣ୍ଣ ହେଲା ନାହିଁ । ତେଣୁ ମୁଁ କହିଲି ଏ ଯଜ୍ଞ ଛତୁଆ ସହ ତୁଳନୀୟ ନୁହେଁ । ଏହା କହି ନେଉଳ ସେଠାରୁ ଚାଲିଗଲା । ତେବେ ଏପରି ଭାବରେ ସାମାନ୍ୟ ବ୍ରାହ୍ମଣଟିଏ ମଧ୍ୟ ଧର୍ମରାଜ ଯୁଧିଷ୍ଠିରଙ୍କ ଦାନ ଅପେକ୍ଷା ମହତ୍ୱ ହେଲା ।