The Topmost

“The eyes believe themselves, the ears believe other people.”

ଧନୀ ତାଲିକାର ଶୀର୍ଷ ସ୍ଥାନ ହରାଇଲେ ମସ୍କ

ବିଶ୍ୱର ସବୁଠୁ ଧନୀ ତାଲିକାରେ ଶୀର୍ଷ ସ୍ଥାନ ହରାଇଛନ୍ତି ଏଲନ ମସ୍କ । ମସ୍କଙ୍କୁ ପଛରେ ପକାଇ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ବୁମବର୍ଗ କୋଟିପତି ତାଲିକାରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଜେଫ୍ ବେଜୋସଙ୍କ ସମ୍ପତି ୨୦୦ ବିଲିୟନ ଡଲାର ଥିବା ବେଳେ ମସ୍କଙ୍କ ସମ୍ପତି ୧୯୮ ବିଲୟନ ଡଲାର ଅଛି । ୨୦୨୧ରେ ଜେଫ୍ ବେଜୋସଙ୍କୁ ପଛରେ ପକାଇ ୧୯୫ ବିଲିୟନ ଡଲାର ସହ ଶୀର୍ଷ ସ୍ଥାନରେ ରହିଥିଲେ ମସ୍କ । ପରେ ଟେସଲା ସିଇଓ ଏଲନ ମସ୍କଙ୍କର ୩୧ ବିଲିୟନ ଡଲାର କ୍ଷତି ହୋଇଥିବା ବେଳେ ଜେଫ୍ ବେଜୋସଙ୍କ ୨୩ ବିଲିଡନ ଡଲାର ଲାଭ ହୋଇଛି । ଯେଉଁଥିପାଇଁ ୯ ମାସ ପରେ ସବୁଠୁ ଧନୀ ତାଲିକା ଶୀର୍ଷରୁ ତଳକୁ ଆସିଛନ୍ତି ମସ୍କ ।