ଆଟର୍ଣ୍ଣି ଜେନେରାଲ ପଦକୁ ନାଁ କଲେ ମୁକୁଲ ରୋହତଗି । ବର୍ତ୍ତମାନ ଆଟର୍ଣ୍ଣି ଜେନେରାଲ ଥିବା କେକେ ବେଣୁଗୋପାଳଙ୍କ ସେପ୍ଟେମ୍ବର ୩୦ରେ ଅବସରର ସରୁଛି । ଏହାପରେ ଆଡଭୋକେଟ୍ ରୋହତଗି ଅକ୍ଟୋବର ୧ ତାରିଖରୁ ଏହି ଦାୟିତ୍ୱ ନେଇଥାନ୍ତେ । ସରକାରଙ୍କ ପ୍ରସ୍ତାବ ଗ୍ରହଣ ନକରିବାର କାରଣ ବିଷୟରେ ରୋହତଗିଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ ଏହା ପଛରେ ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ । ତେବେ ସେ ଏ ବାବଦରେ ଦ୍ୱିତୀୟ ଥର ଚିନ୍ତା କରି ପ୍ରସ୍ତାବ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୯୧ ବର୍ଷୀୟ କେକେ ବେଣୁଗୋପାଳ ବର୍ତ୍ତମାନ ଏଜି ଅଛନ୍ତି । ତାଙ୍କୁ ଗତ ଜୁନ୍ ୨୯ ତାରିଖରେ ଆଉ ତିନିମାସ ପାଇଁ ପୁନର୍ନିଯୁକ୍ତି ଦିଆଯାଇଥିଲା ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ