ଇରାନରେ ଭୟଙ୍କର ରୂପ ନେଲାଣି ହିଜାବ ବିରୋଧୀ ଆନ୍ଦୋଳନ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଇରାନ୍ରେ ୫୦ରୁ ଅଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହେଲାଣି । ଏହାସହ ୬୦ ମହିଳା ସମେତ ୭୦୦ରୁ ଅଧିକ ଲୋକ ଗିରଫ ହେଲେଣି । ଏହାଭିତରେ ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗଟର୍ସ ସରକାର ବିରୋଧୀ ଆନ୍ଦୋଳନକାରୀଙ୍କ ବିରୋଧରେ ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାପାଇଁ ଅନୁରୋଧ କରିଛନ୍ତି । ହିଜାବ ବିରୋଧୀ ଆନ୍ଦୋଳନ ମଧ୍ୟରେ ଇରାନରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଖାମେନେଇଙ୍କ ଏକ ପ୍ରତିମୂର୍ତ୍ତି ଜାଳି ଦେଇଛନ୍ତି । ଏହାସହ ସରକାରଙ୍କୁ ସମର୍ଥନ କରି ମଧ୍ୟ ଗତକାଲିଠାରୁ ରାଲି ଆରମ୍ଭ ହୋଇଛି । ତେହରାନରେ ଗତକାଲି ସରକାରଙ୍କୁ ସମର୍ଥନ କରି ରାଲି ହୋଇଥିଲା । ଏହି ସମୟରେ ଆମେରିକା ଏବଂ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର