ଜଳବାୟୁ ପରିବର୍ତ୍ତନ ଏବେ ଜଳଜୀବ ସହ ଜଙ୍ଗଲୀଜୀବଙ୍କ ଉପରେ ପ୍ରଭାବ ପକାଉଛି । କେଉଁଠି ଜଙ୍ଗଲ ଛାଡି ହାତୀ, ବାଘ ଭଳି ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି ତ କେଉଁଠି ଜଳବାୟୁ ପରିର୍ତ୍ତନ ସହ ନିଜକୁ ଖାପ୍ ଖୁଆଇ ନପାରି ଜଳଜୀବମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି କ୍ରମରେ ଏବେ ବ୍ରାଜିଲର ଅମାଜନ ଇଲାକାରେ ଡଲଫିନ୍ ମାନଙ୍କର ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି । ଗତ ୭ ଦିନ ମଧ୍ୟରେ ବ୍ରାଜିଲର ଅମେଜନ ଅଞ୍ଚଳରେ ୧୦୦ରୁ ଅଧିକ ଡଲଫିନଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ଅମାଜନ ଅଞ୍ଚଳରେ ଥିବା ଜଳାଶୟଗୁଡିକର ଜଳ କମିଯିବା ସହ ଜଳାଶଳୟର ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁଁ ଏଭଳି ଘଟୁଥିବା କୁହାଯାଉଛି । କିଛି କିଛି ସ୍ଥାନରେ ଜଳର ତାପମାତ୍ରା ୧୨୦ ଡିଗ୍ରୀ ଫାରେନହାଇଟ ବା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ତେବେ ବୈଜ୍ଞାନିକମାନେ ଏହାକୁ ଏକ ଅସାଧାରଣ କଥା ବୋଲି କହିଛନ୍ତି । ତାଙ୍କ କହିବା ମୁତାବକ ଅମାଜନରେ ଦେଖାଦେଇଥିବା ଐତିହାସିକ ଶୁଖାପଣ ପାଇଁ ଏଭଳି ହୋଇଥାଇପାରେ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ