ବିଶ୍ୱକପ-୨୦୨୩ ସମାପ୍ତ ହେବା ପରେ ଏବେ ଆଇପିଏଲ-୨୦୨୪କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦିଓ ଆଇପିଏଲ ନିଲାମ ପାଇଁ ତାରିଖ ଧାର୍ଯ୍ୟ ହୋଇନାହିଁ କିନ୍ତୁ ଏବେଠାରୁ ମେଣ୍ଟର ପରିବର୍ତ୍ତନ ସାଙ୍ଗକୁ ଡିସେମ୍ବରରେ ହେବାକୁ ଥିବା ନିଲାମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏସବୁ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ବିଶ୍ୱକପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୫ ଜଣ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା ହୋଇପାରେ ।
୧. ଟ୍ରାଭିସ୍ ହେଡ୍: ବିଶ୍ୱକପ ୨୦୨୩ର ସେମିଫାଇନାଲ ଓ ଫାଇନାଲ ମ୍ୟାଚରେ ପ୍ଲେୟାର ଅଫ ଦି ମ୍ୟାଚ ରହିଥିବା ଅଷ୍ଟ୍ରେଲୀୟ ଖେଳାଳି ଟ୍ରାଭିସ୍ ହେଡଙ୍କ ଉପରେ ସମସ୍ତଙ୍କର ନଜର ରହିଛି ।
୨. ମିଚେଲ ଷ୍ଟାର୍କ: ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମଧ୍ୟ ପୂର୍ବରୁ ଆଇପିଏଲ୍ ଖେଳିଛନ୍ତି । ଯଦି ଷ୍ଟାର୍କ ଆଇପିଏଲ୍ ନିଲାମ ପାଇଁ ପଞ୍ଜୀକୃତ ହୁଅନ୍ତି, ତେବେ ସେ ନିଶ୍ଚିତ ଭାବରେ ଏହି ସିଜିନରେ ସବୁଠାରୁ ଦାମୀ ଦ୍ରୁତ ବୋଲର ହୋଇପାରନ୍ତି ।
୩.ଦିଲଶାନ ମଦୁଶଙ୍କା: ଶ୍ରୀଲଙ୍କାର ଏହି ଦ୍ରୁତ ବୋଲର ବିଶ୍ୱକପ ୨୦୨୩ ର ୯ଟି ମ୍ୟାଚରେ ୨୧ଟି ୱିକେଟ୍ ନେଇଥିଲେ। ଏହି ବିଶ୍ୱକପ୍ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ମଧ୍ୟରେ ସେ ତୃତୀୟ ସ୍ଥାନରେ ରହିଥିଲେ।
୪. ଆଜମତୁଲ୍ଲା ଓମାରଜାଇ: ଆଫଗାନିସ୍ତାନର ଏହି ଯୁବ ଅଲରାଉଣ୍ଡର ସମସ୍ତ ଟୁର୍ନାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ । ଏହି ଖେଳାଳି ଉଭୟ ବୋଲିଂ ଏବଂ ବ୍ୟାଟିଂ ବିଭାଗରେ ଏକ ମ୍ୟାଚ୍ ବିଜେତା ବୋଲି ପ୍ରମାଣିତ କରିଥିଲେ । ୯ଟି ମ୍ୟାଚ୍ ରେ ଏହି ଖେଳାଳି ୩୫୩ ରନ୍ ସଂଗ୍ରହ କରିଥିଲେ ଓ ୭ଟି ୱିକେଟ୍ ନେଇଥିଲେ।
୫. ରାଚିନ୍ ରବିନ୍ଦ୍ର: ନ୍ୟୁଜିଲ୍ୟାଣ୍ଡର ଏହି ଯୁବ ତାରକା ୨୦୨୩ ବିଶ୍ୱକପ୍ ରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ | ୧୦ଟି ମ୍ୟାଚରେ ସେ ୫୭୮ ରନ୍ ସ୍କୋର କରିଥିଲେ। ବୋଲିଂରେ ମଧ୍ୟ ଏହି ଖେଳାଳି ୱିକେଟ୍ ନେବାରେ ପାରଦର୍ଶୀ ବୋଲି ପ୍ରମାଣିତ କରିଥିଲେ।
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ