ରାଜ୍ୟ ବଜେଟରେ ଆଉ ଏକ ବଡ ଘୋଷଣା । ରାଜ୍ୟରେ ଆହାର ବଦଳରେ ଏଣିକି ଶ୍ରୀଅନ୍ନ ଅଭିଯାନ ଆରମ୍ଭ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ।
ବଜେଟରେ ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟିର ବ୍ୟୟବରାଦ କରାଯାଇଛି । ଏହି ଯୋଜନାରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ୫ ଟଙ୍କାରେ ମିଳିବ ଖାଦ୍ୟ ।

ଏହି ଅଭିଯାନ ମାଧ୍ୟମରେ ମିଲେଟକୁ ବା ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ । ଆହାର ବିଜେଡ଼ି ସରକାରଙ୍କ ଦ୍ୱାରା ପ୍ରଚଳିତ ଏକ ଯୋଜନା ଯେଉଁଥିରେ ଓଡ଼ିଶାର ବିଭିନ୍ନ ସହରରେ ୫ ଟଙ୍କାରେ ଗରିବ ଲୋକମାନଙ୍କୁ ଖାଇବାକୁ ଯୋଗାଇ ଦିଆଯାଇଥାଏ । ଏହା ଯୋଜନାଟି ୨୦୧୫ ଅପ୍ରେଲ ପହିଲାରୁ ଓଡ଼ିଶାର ପ୍ରମୁଖ ସହରରେ ଆହାର କେନ୍ଦ୍ର ଖୋଲାଯାଇ ଖାଦ୍ୟ ବଣ୍ଟନ କରାଯାଉଥିଲା । ବର୍ତ୍ତମାନ ଏହି ଯୋଜନା ଶ୍ରୀ ଅନ୍ନ ନାମରେ ନାମିତ ହେବ । ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା। ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ। ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ଘୋଷଣା। ସୁଭଦ୍ରା ଯୋଜନା ପାଇଁ ବଜେଟରେ ବ୍ୟବସ୍ଥା। ଏହି ଯୋଜନା ପାଇଁ ୧୦ ହଜାର କୋଟିର ବ୍ୟୟବରାଦ। ନିର୍ବାଚନ ଇସ୍ତାହାରରେ ଘୋଷଣା ହୋଇଥିଲା ସୁଭଦ୍ରା ଯୋଜନା।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍