The Topmost

“The eyes believe themselves, the ears believe other people.”

ମୋହନ ମାଝୀ ୟୁ-ଟର୍ଣ୍ଣ ସି.ଏମ କହିଲା ବିଜେଡି

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଅସହାୟ ଅବସ୍ଥାରେ ଅଛନ୍ତି। ଚାପଗ୍ରସ୍ତ ଅଛନ୍ତି। ନିଜ ଦଳୀୟ ନେତାଙ୍କ ଚାପରେ ଚାପଗ୍ରସ୍ତ ହୋଇପଡିଛନ୍ତି ମୋହନ ମାଝୀ। ମୋହନ ମାଝୀଙ୍କୁ ୟୁ-ଟର୍ଣ୍ଣ ମୁଖ୍ୟମନ୍ତ୍ରୀ ବୋଲି ବିଜେଡି କହିଛି। ସେ ଯାହା କହୁଛନ୍ତି ତାହାର ୟୁ-ଟର୍ଣ୍ଣ ନେଉଛନ୍ତି।

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭବପର ନୁହେଁ ବୋଲି ବିଧାନସଭାରେ କହିଲେ। ପରବର୍ତ୍ତୀ ସମୟରେ ଦଳୀୟ ବିଧାୟକ ଜୟ ନାରାୟଣ ମିଶ୍ର ହାଇକୋର୍ଟ ବେଞ୍ଚ ନେଇ ଦାବି କଲେ। ତା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ସମ୍ପର୍କରେ ତର୍ଜମା କରୁଥିବା କହିଲେ। ଏହା ହିଁ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା। ଜଣେ ବିଧାୟକଙ୍କ ପାଖରେ ନତମସ୍ତକ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଏହି ଭଳି କହିଛନ୍ତି । ଶଙ୍ଖଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି କହିଛନ୍ତି ।


ଅଗଷ୍ଟ ୨୦୨୪ ରେ ରାଜ୍ୟସଭାରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଏକ ଅଣତାରକା ପ୍ରଶ୍ନ ନମ୍ବର ୨୦୩୧ ପଚରା ଯାଇଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ପଦକ୍ଷେପ କ’ଣ ନିଆଯାଇଛି ବୋଲି ପ୍ରଶ୍ନ ଥିଲା। ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କହିଲେ ରାଜ୍ୟ ସରକାରଙ୍କ ମତ ଏବେ ଯାଏ ହସ୍ତଗତ ହୋଇନାହିଁ। ଏହି ମତ ଅପେକ୍ଷାରେ ଅଛୁ ବୋଲି କହିଲେ। କିନ୍ତୁ ଏ ସମ୍ପର୍କରେ ଏବେ ଯାଏ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚୁପ। ୩ ମାସ ହେଲାଣି ରାଜ୍ୟର ମତ ଯାଇ ନାହିଁ। କେବେ ଚିଠି ଲେଖି ଜଣାଇବେ ଆମେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେଉ ବୋଲି ବିଜେଡି ପ୍ରଶ୍ନ କରିଛି।

SHARE BY