ନିକଟରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ବିଭାଗରେ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଏହା ମଧ୍ୟରେ ପୁଣି ଥରେ ଆଶାୟୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ । ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ପୂରଣ ହେବ ୧ ହଜାରରୁ ଅଧିକ ପଦ । ସେନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଇଚ୍ଛୁକ ପ୍ରାର୍ଥୀମାନେ ଗ୍ରାମ ରୋଜଗାର ସେବକ, ପୋଲିସ ଡ୍ରାଇଭର, ଏସଡିଆଇପିଆରଓ ଆଦି ପଦରେ ଆବେଦନ କରିପାରିବେ ।
ଭଦ୍ରକ ଜିଲ୍ଲାରେ ୧୪୬ଟି ଗ୍ରାମ ରୋଜଗାର (ଜିଆରଏସ) ପଦ ଖାଲି ରହିଥିବା ବେଳେ ଏହାର ଆବେଦନ ତାରିଖ ନଭେମ୍ବର ୧୧ ତାରିଖ ରହିଛି । ସେହିପରି କନ୍ଧମାଳ ଜିଲ୍ଲାରେ ୧୨୫ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଅନ୍ତିମ ତାରିଖ ଅକ୍ଟୋବର ୨୪ ରହିଛି । ଅନୁଗୁଳରେ ୧୪୪ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ନଭେମ୍ବର ୧୧ ଆବେଦନର ଅନ୍ତିମ ତାରିଖ ରହିଛି । ପୁରୀରେ ୧୮୨ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଅକ୍ଟୋବର ୨୩ ଆବେଦନର ଅନ୍ତିମ ତାରିଖ ରହିଛି । ମୟୁରଭଞ୍ଜରେ ୩୫୫ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୨୧ ରହିଛି । ସମ୍ବଲପୁରରେ ୧୦୧ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୨୧ ରହିଛି । ସେହିପରି ନବରଙ୍ଗପୁରରେ ୧୫୬ଟି, ଝାରସୁଗୁଡ଼ାରେ ୬୮ଟି, ଜଗତସିଂହପୁରରେ ୧୭୨ଟି ଜିଆରଏସ ପଦ ଖାଲି ଅଛି ।
ଏଥିସହିତ ଓଡ଼ିଶାରେ ପୋଲିସର ୪୦୫ଟି ଡ୍ରାଇଭର ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୩୧ ରହିଛି । ଓଡ଼ିଶା ଲୋକସେବା ବିଭାଗ ପକ୍ଷରୁ ୩୯ଟି ଏସଡିଆଇପିଆରଓ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅକ୍ଟୋବର ୩୦ ପୂର୍ବରୁ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଓଡ଼ିଶା ପୋଲିସରେ ୧୩୬୦ଟି ସିପାହୀ / କନଷ୍ଟେବଳ ପଦ ଖାଲି ରହିଥିବା ବେଳେ ୧୭୭ଟି କନିଷ୍ଠ କିରାଣୀ ପଦ ଖାଲି ରହିଛି ।
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା