ଚଣ୍ଡିଖୋଲରେ ମୋଦୀ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିବା ସହ ମୋଦି କହିଛନ୍ତି, ଆଜି ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ । ପୂରା ଦେଶ ଆଜି ବିଜୁ ବାବୁଙ୍କୁ ମନେ ପକାଉଛି । ଏତେ ବିଶାଳ ସଂଖ୍ୟାରେ ଲୋକେ ଆସିବା ଦର୍ଶାଉଛି ଯେ ପୂର୍ବ ଭାରତର ମୁଡ କଣ ଅଛି । ସମସ୍ତେ ସଂକଳ୍ପ ନେଇ ଆସିଛନ୍ତି ଅବକି ବାର୍ ୪୦୦ ପାର । ୪୦୦ ପାର ସଂକଳ୍ପ ଭାରତକୁ ତୃତୀୟ ସର୍ବବୃହତ୍ତ ଅର୍ଥନୈତିକ ଦେଶ ଭାବେ ଉଭା କରିବ । ୪୦୦ ପାର ସଂକଳ୍ପ ଚାଷୀ, ଯୁବକ, ନାରୀଶକ୍ତି ଓ ଗରିବଙ୍କ ଜୀବନ ବଦଳାଇବାକୁ । ୪୦୦ ପାର ସଂକଳ୍ପ ଦେଶରେ ଦୃଢ ନିଷ୍ପତ୍ତି ନେଉଥିବା ସରକାର ଗଠନ ଦିଗରେ ସହଯୋଗ କରିବ । ଏଥିରେ ଓଡ଼ିଶାର ଭୂମିକା ଯଥେଷ୍ଟ ଅଧିକ ରହିବ । ଗତ ୧୦ ବର୍ଷରେ ବିଜେପି ସରକାର ଓଡ଼ିଶାରେ ଅନେକ ସହାୟତା ଦେଇଛି । ବିକଶିତ ଭାରତର ଗେଟୱେ ସାଜୁ ଓଡ଼ିଶା । ବିକଶିତ ଭାରତ, ଆତ୍ମନିର୍ଭର ଭାରତକୁ ବଳ ଦେଉଛି ଓଡ଼ିଶା । ଗତ ୧୦ ବର୍ଷରେ ଓଡ଼ିଶାରେ ଅଧିକରୁ ଅଧିକ ନିବେଶ ହୋଇଛି । ଅଧିକ ନିବେଶ ଅର୍ଥ ଅଧିକ ନିଯୁକ୍ତି । ଏହି ବିକାଶକାର୍ଯ୍ୟ ଓଡ଼ିଶାର ଯୁବକଙ୍କ ଭାଗ୍ୟ ବଦଳାଇବ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି