The Topmost

“The eyes believe themselves, the ears believe other people.”

ଆପ୍ ରେ କରିପାରିବେ ମୋ ବସ୍ ଟିକେଟ ବୁକିଂ

ମୋ ବସରେ ଯାତ୍ରା କରିବା ଆହୁରି ସହଜ ହେବ । ମୋ ବସ୍ କେଉଁଠି ଅଛି ଗୋଟିଏ କ୍ଲିକରେ ଲାଇଭ ଲୋକେସନ ଜାଣିହୋଇଯିବ । ଖାଲି ଏତିକି ନୁହେଁ, ଯାତ୍ରା ସମୟରେ ବସ ଭିତରେ ଥାଇ ଟିକେଟ ମଧ୍ୟ କାଟିହେବ । ନୂଆ ମୋବାଇଲ ଆପ ଉନ୍ମୋଚନ କରି ଯାତ୍ରୀଙ୍କ ପାଇଁ ଏଭଳି ସୁବିଧା ଯୋଗାଇ ଦେଇଛି କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ । ମୋ ବସ ଆପ୍ଲିକେସନ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସ ଭର୍ସନରେ ଉନ୍ମୋଚିତ ହୋଇଛି । ଏହି ଆପ ବ୍ୟବହାର ଦ୍ୱାରା ଯାତ୍ରୀଙ୍କୁ ଆଉ ବସକୁ ଅପେକ୍ଷା କରି କରି ବିରକ୍ତ ହେବାକୁ ପଡିବ ନାହିଁ । କିମ୍ବା ଟିକେଟ ପାଇଁ ଖୁଚୁରା ଚିନ୍ତା ମଧ୍ୟ ରହିବ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ନୂଆ ଆପ୍ଲିକେସନର କଣ ସୁବିଧା ରହିଛି–
ମୋ ବସ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ରୁଟ ବିଷୟରେ ତଥ୍ୟ ମିଳିବ
ମୋ ବସର ଲାଇଭ ଲୋକେସନ ଜାଣିହେବ
ବସ ପହଞ୍ଚିବା ପୂର୍ବରୁ ବସରେ ଥିବା ଯାତ୍ରୀଙ୍କ ଉପସ୍ଥିତି ଜଣାପଡିବ
ବସ ଷ୍ଟପକୁ ମୋ ବସ ପହଞ୍ଚିବାର ଅନୁମାନିକ ସମୟ ଜାଣିହେବ
ଆପଣଙ୍କ ଚାରିପାଖେ ଥିବା ମୋ ବସର ତଥ୍ୟ ମିଳିପାରିବ
ମୋବାଇଲ ଆପ ଭଳି ମୋ ବସ ପାଇଁ ନୂଆ କାର୍ଡ ସହିତ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ୫୦ ଟଙ୍କା ଦେଇ କାର୍ଡ କିଣିବା ପରେ ୫୦୦ ଟଙ୍କାର ରିଚାର୍ଜ ଉପରେ ୪୦ ପ୍ରତିଶତ ଓ ୧୦୦୦ ଟଙ୍କାର ରିଚାର୍ଜରେ ୫୦ ପ୍ରତିଶତ ଲାଭାଂଶ ମିଳିବ । ସେହି କାର୍ଡକୁ ଦେଖାଇ ସହଜରେ ଯାତ୍ରା କରିପାରିବେ ଯାତ୍ରୀ ।