ରାଉରକେଲାରେ ଚାଲିବ ‘ମୋ ବସ୍’ । ଟୁର୍ ଅପରେଟରଙ୍କ ଜରିଆରେ କ୍ରୁଟ୍ ଏହି ସେବା ଉପଲବ୍ଧ କରାଇବାକୁ ଯାଉଛି । ଏହି ଅପରେଟର ବାଛିବା ପାଇଁ କ୍ରୁଟ୍ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି । ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବାକୁ ଯୋଜନା କରାଯାଇଥିବା କ୍ରୁଟ୍ ପକ୍ଷରୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ଶହେଟି ନୂଆ ବସ୍ ଚାଲିବ । ସେଥିରେ ୩୦ଟି ସାଧାରଣ ଓ ୭୦ଟି ଏସି ବସ୍ ରହିବ । ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ଉପକଣ୍ଠରେ ଏହି ସେବା ଉପଲବ୍ଧ ହେବ । ପରେ ଯାତ୍ରୀଙ୍କ ଚାହିଦା ତଥା ଆବଶ୍ୟକତାକୁ ଦେଖି ଏହି ସେବାକୁ ସହର ପାର୍ଶ୍ବବର୍ତ୍ତୀ ସଦର ମହକୁମା ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯିବ । ଏହି ସେବା ଯୋଗାଇବା ଉଦ୍ଦେଶ୍ୟରେ ବିଭିନ୍ନ ଅପରେଟରମାନଙ୍କ ପାଇଁ ଆବେଦନ କରିବାକୁ ଚଳିତ ମାସ ୨୮କୁ ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ସେହିଦିନ ହିଁ ବୈଷୟିକ ପ୍ରସ୍ତାବ ଖୋଲାଯିବ । ପରେ ଫାଇନାନ୍ସିଆଲ୍ ପ୍ରପୋଜାଲ ଖୋଲାଯାଇ ଚଳିତ ମାସରେ ହିଁ ଅପରେଟର ଚିହ୍ନଟ କରାଯବ । ଅପରେଟରଙ୍କ ସହ ୮ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରାଯିବ । ସେବା ଉତ୍ତମମାନର ହେବା ସହିତ ବସ୍ଗୁଡ଼ିକର ଅବସ୍ଥା ଭଲ ରହିଲେ ଚୁକ୍ତି ଅବଧି ଆଉ ଦୁଇବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା