ପୁଣି ୨ ବିଧାୟକଙ୍କୁ ଲାଗିଲା ଝଟ୍କା। ୨ଟି ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ହୋଇଥିବା ବେଳେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମଧ୍ୟ ନୋଟିସ ହୋଇଛି। ତେବେ ରସିଦ୍ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ। ୨୭ ଅଗଷ୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ରହିଛି ।
ଏହାପୂର୍ବରୁ ବିଜେପି ନେତା ତଥା ପରାଜିତ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ସାରଦାଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ନୋଟିସ ହୋଇଛି। ସେପ୍ଟେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ବିଜେଡି ବିଧାୟକ ଧ୍ରୁବ ସାହୁ ଅରୁଣ ସାହୁଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ ଜାରିକରିଥିଲେ।
More Stories
ଭିତରେ ଘମାଘୋଟ ଲଢେଇ ବାହାରେ ରଫା ଦଫା
ଲୋକଙ୍କ ଦୁଃଖ ଶୁଣିଲେ ମୋହନ
ଓଡିଶା ରାଜନୀତିରେ ପାଦ ଥାପୁଛି ସମାଜବାଦି ପାର୍ଟି