The Topmost

“The eyes believe themselves, the ears believe other people.”

ରୁଷ୍ କ୍ଷେପଣାସ୍ତ୍ର ମାଡ଼ରେ କମ୍ପୁଛି ୟୁକ୍ରେନ୍‌ର ଅନେକ ସହର

କ୍ଷେପଣାସ୍ତ୍ର ମାଡ଼ କରୁଛି ରୁଷ୍ । ଥରି ଉଠୁଛି ୟୁକ୍ରେନ୍‌ର ଅନେକ ସହର । ରୁଷ୍‌କୁ ସଂଯୋଗ କରୁଥିବା କ୍ରାଇମିଆ ସେତୁ‌ରେ ମାରାତ୍ମକ ବିସ୍ଫୋରଣ ପାଇଁ ମସ୍କୋ ୟୁକ୍ରେନ୍‌କୁ ଦାୟୀ କରିବାର ଦୁଇ ଦିନ ପରେ ଆଜି କ୍ଷେପଣାସ୍ତ୍ର ମାଡ଼ ହୋଇଛି । ଯାହାଫଳରେ ରାଜଧାନୀ କିବ୍‌ ଥରି ଉଠିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଆଜି ୟୁକ୍ରେନ୍‌ର ପ୍ରେସିଡେନ୍‌ସି କହିଛି, ୟୁକ୍ରେନ୍‌ର ଅନେକ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହେଉଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଉପମୁଖ୍ୟ କିରିଲୋ ତିମ‌ୋସେଙ୍କୋ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କୁ ଆଶ୍ରୟସ୍ଥଳକୁ ଚାଲିଯିବାକୁ ଅନୁରୋଧ କରି କହିଛନ୍ତି । ୟୁକ୍ରେନ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଚାଲିଛି । ଦେଶର ଅନେକ ସହର ଉପରେ କ୍ଷେପଣାସ୍ତ୍ର ପଡୁଥିବା ଖବର ସାମ୍ନାକୁ ଆସୁଛି । ଏନେଇ ଟେଲିଗ୍ରାମ୍‌ ମେସେଞ୍ଜିଙ୍ଗ୍‌ ଆପ୍‌ରେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି, ସେମାନେ ଆମକୁ ପୃଥିବୀରୁ ନିଶ୍ଚିହ୍ନ କରିଦେବାକୁ ଉଦ୍ୟମ କରୁଛନ୍ତି । ଜାପରିଝ୍‌ଝିଆ ନଗରୀ ବାସଭବନରେ ଶୋଇଥିବା ଆମ ଜନତାଙ୍କୁ ଧ୍ବଂସ କରିଛନ୍ତି । ନିପ୍ରୋ ଓ କିବ୍‌ରେ କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ଲୋକଙ୍କୁ ହତ୍ୟା କରିଛନ୍ତି ।

SHARE BY