August 20, 2025

ଘରୋଇ ଉପଚାରର ଚମତ୍କାର

ଦାଗଶୂନ୍ୟ ଓ ଚମକପ୍ରଦ ଚେହେରା କାହାକୁ ବା ପସନ୍ଦ ନୁହେଁ? ମାତ୍ର ସମସ୍ତଙ୍କର ଏ ଇଚ୍ଛା ପୂରା ହୁଏ ନାହିଁ। କେବେ ସନ୍‌ ଟ୍ୟାନ୍‌ ତ କେବେ ବ୍ରଣ କାରଣରୁ ମୁହଁରେ କଳା ଦାଗ ହୋଇଥାଏ।

ଆପଣଙ୍କ ମୁହଁରେ କଳାଦାଗ ଅଛି କି? ଚିନ୍ତାର କୌଣସି କାରଣ ନାହିଁ, କେତୋଟି ଘରୋଇ ଉପଚାର ଦ୍ୱାରା ଆପଣ ପାଇପାରିବେ ଦାଗଶୂନ୍ୟ ଚେହେରା। ଆଜିକାଲି ବ୍ୟସ୍ତବହୁଳ ଜୀବନ ହେତୁ ଠିକ୍‌ ଭାବେ ନା ଶରୀରର ଯତ୍ନ ନେଇ ହେଉଛି ନା ତ୍ୱଚାର। ତ୍ୱଚାର ଯତ୍ନ ନ ନେଲେ ସବୁଦିନ ପାଇଁ ସୌନ୍ଦର୍ଯ୍ୟ ଅତୁଟ କିପରି ରହିବ? ଆପଣ ବି ଯଦି ଚାହାନ୍ତି ଆପରଙ୍କ ତ୍ୱଚା ସୁନ୍ଦର ଓ ଦାଗ ହୀନ ହେଉ ତେବେ ନିମ୍ନରେ ଦିଆ ଯାଇଥିବା ଏହି କେତୋଟି କଥାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

ରାତିରେ ଫେସ୍‌ଓ୍ଵାସ୍‌ କରିବା ପରେ ସାମାନ୍ୟ ମହୁରେ ଟିକେ ଗୋଲାପ ଜଳ ମିଶାଇ ମୁହଁରେ ମାଲସ କରନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ। ସପ୍ତାହକୁ ଥରେ ଗରମ ପାଣି ବାମ୍ଫ ମୁହଁରେ ଦେବା ପରେ ମସ୍‌ଚୁରାଇଜର୍‌ ନିଶ୍ଚୟ ବ୍ୟବହାର କରନ୍ତୁ। କଞ୍ଚା ହଳଦୀ ସହ ଚନ୍ଦନ ଘୋରି ମୁହଁରେ ଲେପ ଦିଅନ୍ତୁ। ମନେ ରଖନ୍ତୁ ଏହି ଲେପ ରାତି ସମୟରେ ହିଁ ଦେବେ। କାହିଁକି ନା ଦିନରେ ଖରା ବାଜିଲେ ତାହା ଓଲଟା ପ୍ରଭାବ ଦେଖାଏ।

ମୁଲ୍‌ତାନି ମାଟି ସହ ଲିମ୍ବ ପତ୍ର ଗୁଣ୍ଡ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଯଦି ବ୍ରଣ ସମସ୍ୟା ରହିଥାଏ ତାହଲେ ତୁରନ୍ତ ଦୂର ହେବ। ବହୁବାର ମୁହଁ ଧୋଇବା ସହ ମୁହଁରେ ମଝିରେ ମଝିରେ ବରଫ ଘସନ୍ତୁ।

SHARE BY