ଗୋଆରେ ମିଗ୍ ବିମାନ କ୍ରାସ୍ । ଭାରତୀୟ ନୌସେନାର ମିଗ୍ -29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଆ ସମୁଦ୍ର ତଟରେ ନିୟମିତ ଉଡାଣ ବେଳେ ସମୁଦ୍ରକୁ ଖସି ପଡ଼ିଲା ମିଗ୍ ବିମାନ । ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଭାରତୀୟ ନୌସେନା ପକ୍ଷରୁ ଏ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାୟୁସେନାରେ ପ୍ରାୟ ୭୦ ମିଗ୍ ବିମାନ ରହିଛି । ବାୟୁସେନା ସହ ନୌସେନାରେ ବି ମିଗ୍ ବିମାନର ବ୍ୟବହାର କରାଯାଇଥାଏ । ଗତ ଜୁଲାଇରେ ରାଜସ୍ଥାନରେ ପରୀକ୍ଷଣ ବେଳେ ମିଗ୍ ବିମାନ ଦୁର୍ଘଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ