ଟେରର ଲିଙ୍କରେ NIAର ବଡ଼ ଆକ୍ସନ । ୧୦ରୁ ଅଧିକ ରାଜ୍ୟର ୧୦୦ ସ୍ଥାନରେ ମିଡନାଇଟ ମାରାଥନ ରେଡ୍ । ଆତଙ୍କୀ କନେକ୍ସନ ଓ ବିଦେଶୀ ଫଣ୍ଡିଂ ଲିଙ୍କରେ ଚଢ଼ାଉ କରିଛି NIA ଓ ED । PFI ସହ ସମ୍ପୃକ୍ତ ପ୍ରାୟ ଶହେ ଜଣଙ୍କୁ ଗିରଫ କରାଯାଇଛି । ପିଏଫଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମା ସଲାମ ଓ ଦିଲ୍ଲୀ ଅଧ୍ୟକ୍ଷ ପରବେଜ ଅହମ୍ମଦଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଆସାମ, ରାଜସ୍ଥାନ ଓ ଅନ୍ୟ ରାଜ୍ୟରେ ଚଢ଼ାଉ କରିଛି ଟିମ୍ । ୨୦୦ଶହରୁ ଅଧିକ NIA ମେମ୍ବର ଏହି ରେଡରେ ସାମିଲ ହୋଇଛନ୍ତି । ଏନଆଇଏ ରେଡକୁ ବିରୋଧ କରି କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ କରୁଥିବା PFI ଓ SDPI କର୍ମୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଏବେ ବି ଅନେକ ରାଜ୍ୟରେ ରେଡ୍ ଜାରି ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ