ମେକ୍ସିକୋ କ୍ଲବରେ ଆଖିବୁଜା ଗୁଳିମାଡ । ଆଜି ମେକ୍ସିକୋର ଏକ କ୍ଲବ୍ରେ କିଛି ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳିମାଡ଼ କରିଛନ୍ତି । ଫଳରେ ଘଟଣାରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ଗତ ମେ’ ମାସରେ ମଧ୍ୟ ମେକ୍ସିକୋର କେନ୍ଦ୍ରୀୟ ସହର ସେଲାୟାସ୍ଥିତ ଏକ ହୋଟେଲ ଏବଂ ଦୁଇଟି ବାର୍ ଉପରେ ସମାନ ଘଟଣା ଘଟିଥିଲା । ତେବେ ସେହି ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଥିଲେ । ଗତ ମାର୍ଚ୍ଚରେ କ୍ଲବ୍ ଗୁଳିକାଣ୍ଡରେ ୧୯ଜଣ ଏବଂ ଜାନୁଆରିରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା । ନିଶା ଦ୍ରବ୍ୟ କାରବାରକୁ ନେଇ ଏଭଳି ଆକ୍ରମଣ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ