ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀ ହରିୟାଣା ସୀମାରେ ହଜାର ହଜାର ଚାଷୀ ଅଟକି ରହିଛନ୍ତି । ଦିଲ୍ଲୀ ଚଲୋ ଡାକରା ପାଇ ହରିୟାଣା ଓ ପଞ୍ଜାବରୁ ଶହ ଶହ ଚାଷୀ, ରାସନ ସାମଗ୍ରୀ ଧରି ଦିଲ୍ଲୀ ମୁହାଁ ହେଉଛନ୍ତି । ଦିଲ୍ଲୀ ସୀମା ସିଲ, ପ୍ରଶାସନର କଟକଣା ଭିତରେ ଆଜି ପଞାବର ଜଳନ୍ଧରରେ କେନ୍ଦ୍ର ସରକାର ଓ ଚାଷୀ ସଂଘ ମଧ୍ୟରେ ଚତୁର୍ଥ ବୈଠକ ହେବାକୁ ଯାଉଛି । ଅନ୍ୟପଟେ ପଞ୍ଜାବ କିଷାନ ମଜଦୁର ସଂଘର୍ଷ କମିଟିର ନେତା ଶବ୍ରଣ ସିଂ ପନ୍ଧାର କହିଛନ୍ତି, ସାରା ଦେଶ ନଜର ଏବେ ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଛି । କୃଷକଙ୍କ ନ୍ୟାର୍ଯ୍ୟ ଦାବିକୁ ମାନିନେଇ ଏମଏସପି ଉପରେ ସାହାସିକ ପଦକ୍ଷେପ ନେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରି କହିଛନ୍ତି । କେନ୍ଦ୍ର ସରକାର ଦାବି ମାନିନେଲେ ଚାଷୀ ଘରକୁ ଫେରିଯିବେ, ନହେଲେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଚାଷୀ ନେତା ସୂଚେଇ ଦେଇଛନ୍ତି । ଗତ ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ପିୟୂଷ ଗୋୟଲଙ୍କ ସହ ଆଲୋଚନା ବିଫଳ ହେବା ପରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦେଇଥିଲେ ସଂଯୁକ୍ତ କିଷାନ ମୋର୍ଚ୍ଚା । ଏହାର ପ୍ରଭାବ ହରିୟାଣା ଓ ପଂଜାବରେ ଦେଖିବାକୁ ମିଳିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ