August 26, 2025

ବାଳ ଝଡିବାର ଅବ୍ୟର୍ଥ ଔଷଧ

ଆଜିକାଲି କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ମୁଖ୍ୟତଃ ଅତ୍ୟାଧିକ ପ୍ରଦୂଷଣ, ହର୍‌ମୋନ୍‌ ପରିବର୍ତ୍ତନ, କିମ୍ବା ଭିଟାମିନ୍‌ ଅଭାବରୁ କେଶ ଝଡ଼ିଥାଏ। ଶରୀରର ଆଉ କିଛି ସମସ୍ୟା ହେଲେ ଯେତିକି ଚିନ୍ତା ହୋଇ ନଥାଏ କେଶ ଝଡ଼ିଥିଲେ କିନ୍ତୁ ଗଭୀର ମାତ୍ରାରେ ଦୁଃଖ ଲାଗିଥାଏ। କିପରି ଭାବେ ଏହି ସମସ୍ୟାକୁ ରୋକାଯାଇ ପାରିବ ସେ ବିଷୟରେ ଚିନ୍ତା କରି କରି ବେଳ ସରିଯାଏ। କେଶ ଝଡ଼ିବା ଦୁଃଖରେ ଆସି ଆମେ ଅନେକ ପ୍ରକାରର ଜିନିଷ କେଶରେ ପ୍ରୟୋଗ କରିଥାଉ। ମାତ୍ର ମନେ ରଖନ୍ତୁ କେଶ ଝଡ଼ିବା ସମସ୍ୟା ଉପରୁ ନୁହେଁ; ବରଂ ଭିତରୁ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କ’ଣ କଲେ କେଶ ଝଡ଼ିବା ସମସ୍ୟା କମ୍‌ ହୋଇଥାଏ।

ଆପଣଙ୍କର ଯଦି ଧୂମପାନ ଅଭ୍ୟାସ ଅଛି ତ ଆପଣଙ୍କୁ ତାହା ଛାଡ଼ିବାକୁ ପଡ଼ିବ। କାରଣ ଧୂମପାୟୀଙ୍କ କ୍ଷେତ୍ରରେ କେଶ ଝଡ଼ିବା ସମସ୍ୟା ଟିକେ ଅଧିକ ରହିଥାଏ।

ଚିନ୍ତା ବି କେଶ ଝଡ଼ିବାର ଏକ ପ୍ରମୁଖ କାରଣ ହୋଇଥ‌ାଏ। ଚିନ୍ତା ମୁକ୍ତ ରହିଲେ କେଶ ଝଡ଼ିବା ସମସ୍ୟାକୁ ସହଜରେ ଦୂରେଇ ଦେଇ ହେବ।

ପ୍ରଦୂଷଣ କେଶ ପାଇଁ ଖୁବ୍‌ ଖରାପ ହୋଇଥାଏ।‌ ସେଥିପାଇଁ ବାହାରକୁ ଗଲା ବେଳେ ଆପଣ ନିଜ କେଶରେ କପଡ଼ା ଗୁଡ଼ାଇ ଯିବାକୁ ଚେଷ୍ଟା କରନ୍ତୁ।

କେଶରେ ଲୁଣ ପାଣି ନବଜାଇବାକୁ ଚେଷ୍ଟା କରନ୍ତୁ। ସମୁଦ୍ରରେ ଯଦି କେବେ ଗାଧଉଛନ୍ତି ତ ପ୍ରଥମେ କେଶକୁ ସୁରକ୍ଷା ଦିଅନ୍ତୁ। ସମୁଦ୍ର ପାଣି କେଶ ପାଇଁ ଆଦୌ ବି ଭଲ ହୋଇନଥାଏ।

SHARE BY