ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ଭୟଙ୍କର ଆକ୍ରମଣ । ତରେମା ଥାନା ପୁଲିସ ଟିମ୍ ଉପରେ ଆକ୍ରମଣ କରିଛନ୍ତି ମାଓବାଦୀ । ମାଓବାଦୀଙ୍କ ଗୁଳି ମାଡରେ ଏସଆଇ ସୂର୍ଯ୍ୟବଂଶୀ ଆହତ ହୋଇଛନ୍ତି । ଆହତ ଏସଆଇଙ୍କ ଅଣ୍ଟାରେ ଗୁଳି ବାଜିଥିବା ବେଳେ ତାଙ୍କୁ ଛତିଶଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସ୍ନାଇପର ଗନରେ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । କୁମ୍ବିଂ ଅପରେସନ ସାରି ଫେରିବା ସମୟରେ ଯବାନଙ୍କୁ ଟାର୍ଗେଟ କରି ଆଇଡି ବିସ୍ଫୋରଣ କରିଥିଲେ ମାଓବାଦୀ । ଉଭୟ ପକ୍ଷରୁ ଗୁଳି ବିନିୟମ ହୋଇଥିଲା । ଏଥିରେ କିଛି ମାଓବାଦୀ ଆହତ ହୋଇଥିବା ସୂଚନା ମଧ୍ୟ ରହିଛି । ଯବାନଙ୍କୁ ଘେରିବା ପାଇଁ ମାଓବାଦୀମାନେ ବଡ଼ ଯୋଜନା କରିଥିଲେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍