ମଣିପୁର ହାଇକୋର୍ଟଙ୍କ ଯେଉଁ ଆଦେଶ ପାଇଁ ଜଳିଥିଲା ପୂରା ମଣିପୁର ତାକୁ ଏବେ ରଦ୍ଦ କରାଯାଇଛି । ହାଇକୋର୍ଟ ନିଜର ସେହି ଆଦେଶକୁ ରଦ୍ଦ କରିଛନ୍ତି, ଯେଉଁଥିରେ ମୈତେଇ ଅନୁସୂଚିତ ଜନଜାତି ସୂଚୀ ଭାବେ ବିଚାର କରାଯାଉ ବୋଲି କହିଥିଲେ । ମଣିପୁର କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପରେ ହିଂସାରେ ଜଳିଥିଲା ମଣିପୁର । ଜାଣିବା ହିଂସା କେବେ ଓ କେଉଁ କାରଣ ପାଇଁ ଆରମ୍ଭ ହୋଇଥିଲା ଆଦିବାସୀ ଓ ଅଣଆଦିବାସୀଙ୍କ ଭିତରେ କାହିଁକି ତେଜିଲା ଏଭଳି ବିବାଦ । କାହିଁକି ଅଶାନ୍ତ ହୋଇ ପଡିଲା ମଣିପୁର । ହିଂସାକାଣ୍ଡ ପଛର ପ୍ରକୃତ କାରଣ କଣ ?
ହିଂସାକାଣ୍ଡ ପଛର ପ୍ରକୃତ କାରଣ–
– ମଣିପୁରର ପ୍ରାୟ ୩୮ ଲକ୍ଷ ଜନସଂଖ୍ୟା ଭିତରୁ ଅଧାରୁ ଅଧିକ ମୈତେଈ ସମୁଦାୟର ଲୋକ
– ମଣିପୁର ୧୦% ଅଂଚଳ ଇମ୍ଫାଲ ଘାଟି ମୈତେଈ ସମୁଦାୟ ବହୁଳ ଅଂଚଳ
– ନିକଟରେ ମଣିପୁର ହାଇକୋର୍ଟ, ମୈତେଈ ସମୁଦାୟକୁ ଅନୁସୁଚିତ ଜନଜାତି ତାଲିକାଭୁକ୍ତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ
– ଏହାକୁ ବିରୋଧ କରୁଛନ୍ତି ମଣିପୁରର ନଗା ଓ କୁକି ଜନସଜାତି
– ମୈତେଈ ସମୁଦାୟକୁ ସଂରକ୍ଷଣ ଦେବା ବିରୋଧ କରି ତେଜିଲା ବିବାଦ
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ