ପଦରୁ ଇସ୍ତଫା ଦେଲେ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଭରିବା ପରେ ଆଜି ମଲ୍ଲିକାର୍ଜୁନ ଖଡଗେ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଦେଇଛନ୍ତି । କଂଗ୍ରେସ ଦଳୀୟ ସମ୍ବିଧାନ ମୁତାବକ ଜଣେ ବ୍ୟକ୍ତି କେବଳ ଗୋଟିଏ ପଦରେ ରହିପାରିବ । ସେପଟେ ଖଡଗେ ଏହି ପଦରୁ ଇସ୍ତଫା ଦେବା ପରେ ଏବେ ପଦ ପାଇଁ ରେସକୁ ଆସିଛନ୍ତି ପି. ଚିଦାମ୍ବରମ ଓ ଦିଗବିଜୟ ସିଂ । ସେପଟେ କୁହାଯାଉଛି କି ମଲ୍ଲିକାର୍ଜୁନ ଖଡଗେ, ପି.ଚିଦାମ୍ବରମ ଓ ଦିଗବିଜୟ ସିଂ ଉଭୟ ଦେଶର ଦକ୍ଷୀଣାଞ୍ଚଳ ନେତା । ଉଭୟ ରାଜ୍ୟସଭାର ନେତା ପ୍ରତିପକ୍ଷ ଓ ଦଳର ହାଇକମାଣ୍ଡ ଯଦି ଦକ୍ଷୀଣାଞ୍ଚଳରୁ ହେଉଛନ୍ତି ତାହା ଦଳର ଉତ୍ତର-ଦକ୍ଷୀଣ ସନ୍ତୁଳନ ଉପରେ ପ୍ରଭାବ ପକାଇପାରେ । ଏହି କାରଣରୁ ନେତା ପ୍ରତିପକ୍ଷ ପଦ ଉତ୍ତର ଭାରତୀୟ ନେତାଙ୍କ ମଧ୍ୟରୁ କାହାକୁ ଦିଆଯାଇପାରେ ବୋଲି ଆକଳନ କରାଯାଉଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ