ଜମୁଛି ଏଆଇସିସି ସଭାପତି ନିର୍ବାଚନ ପ୍ରଚାର । ଆଜି ଓଡ଼ିଶା ଆସିବେ ପ୍ରମୁଖ ପ୍ରାର୍ଥୀ ମଲ୍ଲିକାର୍ଜ୍ଜୁନ ଖଡଗେ । ଅପରାହ୍ନ ୨ଟାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଖଡଗେ ଯୋଗଦେବେ । ସେପଟେ ଦୁଇ ହେଭିଓ୍ୱେଟ ସାରା ଦେଶରେ ଜାରି ରଖିଛନ୍ତି ପ୍ରଚାର ଅଭିଯାନ । ଖାଡଗେଙ୍କ ପଲା ଭାରିଥିବା ବେଳେ ଏକ ବୃହତ ପରିବର୍ତ୍ତନ ଆଣିବା ଲାଗି ମଇଦାନରେ ଜୋରଦାର ଅଭିଯାନ ଚଳାଇଛନ୍ତି ଶଶୀ । ଖଡଗେ କହିଛନ୍ତି, ଦଳକୁ ଶକ୍ତିଶାଳୀ କରିବା ଲାଗି ସେ ଉଦ୍ୟମ କରିବେ । ତାଙ୍କୁ ପ୍ରାର୍ଥୀ କରିବା ମୂଳରେ ବହୁ ସମର୍ଥକ ରହିଛନ୍ତି । ତେଣେ ଥରୁର କହିଛନ୍ତି ସେ ଇତି ମଧ୍ୟରେ କିଛି ରାଜ୍ୟ ଗସ୍ତ କରିଛନ୍ତି । ଆହୁରି କିଛି ରାଜ୍ୟ ବି ସେ ଗସ୍ତ କରିବେ । ସେପଟେ ଦଳର ବରିଷ୍ଠ ନେତା ମନୀଷ ତିଓ୍ୱାରି କହିଛନ୍ତି ନିର୍ବାଚନରେ ଖଡଗେଙ୍କ ବିଜୟ ଆଶା ଉଜ୍ଜ୍ୱଳ । ସେ ଦୀର୍ଘ ୫୦ ବର୍ଷ ଧରି ରାଜନୀତିରେ ରହିଛନ୍ତି ଏବଂ ତାଙ୍କ ପ୍ରତି ଦଳର ବହୁ ନେତା ଓ କର୍ମୀଙ୍କ ସମର୍ଥନ ରହିଛି । ଆସନ୍ତା ୧୬ରେ ପ୍ରଚାର ଅଭିଯାନ ଶେଷ ହେବା ପରେ ୧୭ରେ ସମସ୍ତ ରାଜ୍ୟରେ ହେବ ଭୋଟ । ୧୯ରେ ଆସିବ ଫଳାଫଳ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା