The Topmost

“The eyes believe themselves, the ears believe other people.”

କଂଗ୍ରେସ କ୍ଷମତାକୁ ଆସିଲେ ସେନାକୁ ଫେରିବ ପୁରୁଣା ବ୍ୟବସ୍ଥା

କେନ୍ଦ୍ର ସରକାର ଭାରତୀୟ ସେନା ବାହିନୀରେ ସୈନ୍ୟ ଭର୍ତୀ ନେଇ ଅଗ୍ନିପଥ ଯୋଜନାକୁ ଆରମ୍ଭ କରିଛନ୍ତି । ହେଲେ ଏହି ଯୋଜନା ସାଧାରଣ ପ୍ରକ୍ରିୟାରେ ସୈନ୍ୟ ଚୟନ ବ୍ୟବସ୍ଥା ପାଇଁ ବଧା ସୃଷ୍ଟି କରୁଛି । ଅନେକ ଅଶାୟୀଙ୍କ ସ୍ୱପ୍ନ ମଧ୍ୟ ଭାଙ୍ଗିଛି । ଏହି ସବୁ ଅବ୍ୟବସ୍ଥା ବିରୋଧରେ ସ୍ୱର ଉଠାଇଛନ୍ତି କଂଗ୍ରସେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଅଗ୍ନିପଥ ଯୋଜନା କାରଣରୁ ନିୟମିତ ଭାବେ ଚୟନ ସେବା ଥାଇ ମଧ୍ୟ ଅନେକ ପ୍ରାର୍ଥୀ ସୁଯୋଗ ପାଉ ନାହାନ୍ତି । ଦେଶର ଯୁବକମାନଙ୍କ ସହ ଏହା ଏକ ପ୍ରକାରର ଅନ୍ୟାୟ । ଯଦି କଂଗ୍ରେସ ସତ୍ତାକୁ ଆସେ ତେବେ ଏହି ଅଗ୍ନିପଥ ଯୋଜନାକୁ ଉଠାଇ ସାଧାରଣ ପ୍ରକ୍ରିୟା ପୁନଃଶ୍ଚ ଆରମ୍ଭ କରିବ ବୋଲି ଖଡଗେ ଜଣାଇଛନ୍ତି । ୨୦୧୯ ଓ ୨୨ ସୁଦ୍ଧା ପ୍ରାୟ ୨ ଲକ୍ଷ ପ୍ରାର୍ଥୀ ସେନାର ବିଭିନ୍ନ ବିଭାଗ ପାଇଁ ଲିଖିତ ତଥା ଶାରିରୀକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଯୋଗଦାନ ପତ୍ର ପାଇଁ ଅପେକ୍ଷାରେ ରହିଥିଲେ । ହେଲେ ୨୦୨୨ରେ ଅଗ୍ନିପଥ ଯୋଜନା ଆଣି ସରକାର ସେମାନଙ୍କ ସ୍ୱପ୍ନ ଚୁରମାର କରିଦେଇଛନ୍ତି । ଏପରି ସମାନ୍ତର କ୍ୟାଡର ସୃଷ୍ଟିକରି ସୈନ୍ୟ ମାନଙ୍କୁ ନିଯୁକ୍ତି ଦେବା ଦ୍ୱାରା ଯବାନ ମାନଙ୍କ ଭିତରେ ଭେଦଭାବ ସୃଷ୍ଟି ହେବ । ଏହା ଛଡା ୪ ବର୍ଷର ସେବା ପ୍ରଦାନ ପରେ ସେହି ଯବାନ ମାନଙ୍କୁ ଅନ୍ୟତ୍ର ଚାକିରି ଖୋଜିବାକୁ ଛାଡି ଦିଆଯିବ । ଏହା ମଧ୍ୟ ସାମାଜିକ କ୍ଷେତ୍ରରେ ଅସ୍ଥିରତା ଆଣିବାର ଆଶଂକା ରହିଛି । ସ୍ୱପ୍ନ ଭାଙ୍ଗିବା ଦୁଃଖରେ କିଛି ଆଶାୟୀଙ୍କ ଆତ୍ମହତ୍ୟାର ଖବର ମଧ୍ୟ ଶୁଣିବାକୁ ମିଳିଛି । ଏଣୁ ସେନାରେ ଯୋଗ ଦେବା ପାଇଁ ଆଶାୟୀ ଯୁବ ବର୍ଗଙ୍କୁ ଉଚିତ ନ୍ୟାୟ ଦେବାର ଆବଶ୍ୟକତା ରହିଛି ।