ଯକୃତକୁ କରନ୍ତୁ ଫିଟ୍ ଆଣ୍ଡ୍ ଫାଇନ୍..

ଯକୃତ ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । ଯକୃତ ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ କରି ରଖିଥାଏ । ଆମ ଶରୀରର ୪୦୦ ରୁ ଅଧିକ କାମ କରିଥାଏ ଯକୃତ। ଶରୀରର ସନ୍ତୁଳନ ରଖିବା କାମ ଯକୃତ ହିଁ କରିଥାଏ। କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ରକ୍ତକୁ ପରିଷ୍କାର କରିଥାଏ।

ଆପଣ ଯଦି ନିଜ ଯକୃତକୁ ସୁସ୍ଥ ରଖିବାକୁ ଚାହାନ୍ତି ତେବେ ପିଆଜ ଖାଆନ୍ତୁ। ପିଆଜ ଖାଇବା ଦ୍ବାରା ଯକୃତ ଭଲ କାମ କରିଥାଏ। ମାଛ ଖାଇବା ବି ଯକୃତ ପାଇଁ ଖୁବ୍ ଭଲ। ଆପଣ ଯେତେ ପାରୁଛନ୍ତି ଶାଗ ଓ ପତ୍ରଜାତୀୟ ଖାଦ୍ୟ ଖାଆନ୍ତୁ। ଏହାବି ଯକୃତ ପାଇଁ ଖୁବ୍‌ ଭଲ। ଶସ୍ୟଜାତୀୟ ଖାଦ୍ୟ ଖାଇବା ମଧ୍ୟ ଯକୃତ ସ୍ବାସ୍ଥ୍ୟ ପାଇଁ ଭାରି ଭଲ। ପାରୁଛନ୍ତି ଯଦି ପ୍ରତିଦିନ ଗୋଟାଏ ଲେଖାଏ ଅଣ୍ଡା ଖାଆନ୍ତୁ।

ଜଙ୍କ୍‌ ଫୁଡ୍‌ ଓ ଫାଷ୍ଟ୍‌ ଫୁଡ୍‌ ଆଦି ଆ‌‌ଦୌ ବି ଖାଆନ୍ତୁ ନାହିଁ। ଜଙ୍କ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ୍ ଫୁଡ୍ ଆପଣଙ୍କ ଯକୃତକୁ ଖରାପ କରିବା ପାଇଁ ଯଥେଷ୍ଟ ।

ଆଜିର ସମୟରେ ଲୋକମାନେ ମାଂସ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଭାରତରେ ଶାକାହାରୀଙ୍କ ଠାରୁ ଅଧିକ ମାଂସାହାରୀ ଅଛନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ମାଂସ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ । ଏହା ମଧ୍ୟ ଯକୃତ ଖରାପର ଅନ୍ୟତମ କାରଣ।

ଅଧିକାଂଶ ଲୋକ ଧୂମପାନ କରିବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି । କିନ୍ତୁ ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ଯାହା ଯକୃତକୁ ଅକାମୀ କରିଦିଏ ।

SHARE BY