୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ସେନାନୀ ତଥା ଜଣେ ସେନା ରଣନୀତିକାର ମେଜର ଜେନେରାଲ ଏସ୍.ଭି.ପି. ସିଂ ସୋଆ ପରିଦର୍ଶନରେ ଆସିଥିଲେ । ଦୀର୍ଘ ୫ ଦଶନ୍ଧି ଧରି ଭାରତୀୟ ସେନାରେ ନେତୃତ୍ୱ ଦେଇଥିବା ମେଜର ଜେନେରାଲ ସିଂ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ‘ସମସ୍ୟାର ସମ୍ମୁଖୀନ ହେବା ଓ ନେତୃତ୍ୱ ନିମନ୍ତେ ଦକ୍ଷତା ବୃଦ୍ଧି’ ଶୀର୍ଷକକୁ ନେଇ ସେନାରେ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ମୁଁ ଏକ ସେନା ପରିବାରରୁ ଆସିଛି ଏବଂ ସବୁବେଳେ ସେନାବାହିନୀରେ କାର୍ଯ୍ୟ କରିବା ପାଇଁ ଚାହୁଁଥିଲି । ମୁଁ ନ୍ୟାସ୍ନାଲ୍ ଡିଫେନ୍ସ ଏକାଡେମୀର ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ଯୋଗ ଦେଇଥିଲି । ୯ ବର୍ଷର ପ୍ରଶିକ୍ଷଣ ପରେ ଅଫିସର ପଦବୀ ପାଇଥିଲି ବୋଲି ସେ କହିଥିଲେ । ମେଜର ଜେନେରାଲ ସିଂ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟମାନଙ୍କ ନିକଟରେ ଉଦାହରଣ ହେବା ସହ ନେତୃତ୍ୱ ନେବା ନିମନ୍ତେ ଦକ୍ଷତା ବୃଦ୍ଧି କରିବାକୁ ଉପଦେଶ ଦେଇଥିଲେ । ନିଜର ଅନୁଭୂତି ବଖାଣି ସେ କହିଥିଲେ ଯେ ସେନାରେ ନେତୃତ୍ୱ ନେଇଥିବା ବ୍ୟକ୍ତିମାନେ ଅଧିକାଂଶ ସମୟରେ କଷ୍ଟକର ସମସ୍ୟାକୁ ସାମ୍ନା କରିଥାନ୍ତି । ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ଯେ ଜଟିଳ ସମସ୍ୟାଗୁଡ଼ିର ମୁକାବିଲା କରିବା ସହ ସେମାନେ ସବୁବେଳେ ସତ୍ୟ ପଥରେ ଚାଲିବା ଆବଶ୍ୟକ । ସେ ପ୍ରଫେସର ମନୋଜରଂଜନ ନାୟକଙ୍କ ସହ ସାକ୍ଷାତ କରିବା ସହିତ ଅନେକ ବିଷୟରେ ଆଲୋଚନା କରିଥିଲେ । ଆଇଟିଇଆର୍ରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଟିଇଆର୍ର ଡିନ୍ ପ୍ରଫେସର ପି.କେ.ସାହୁ ଓ ଆଡିସ୍ନାଲ୍ ଡିନ୍ ଡକ୍ଟର ରାଜକୁମାର ହୋତା ଉପସ୍ଥିତ ଥିଲେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି