ଶିବଙ୍କ ଶରଣ ଦେବ ଶନିଙ୍କଠୁ ମୁକ୍ତି
ଯଦ ଆପଣଙ୍କ ରାଶିରେ ଶନିଙ୍କର ପ୍ରଭାବ ପଡିଛି ତେବେ ଏଥିରୁ ଶିବ ଭକ୍ତି ଆପଣଙ୍କୁ ମୁକ୍ତି ଦେଇପାରିବ। ଶନିଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ଘରେ ପାରଦ ଶିବ ଲିଙ୍ଗଙ୍କର ସ୍ଥାପନା କରନ୍ତୁ। ଯାହା ଦ୍ୱାରା ଆପଣଙ୍କ ଉପରେ ଶନିଙ୍କର ପ୍ରକୋପ କମିବ। ଭଗବାନ ଶିବଙ୍କର ପ୍ରିୟ ଏକମୁଖି ରୁଦ୍ରାକ୍ଷ ପିନ୍ଧନ୍ତୁ। ଯଦି ଏକମୁଖି ରୁଦ୍ରାକ୍ଷ ପିନ୍ଧିପାରୁନାହାନ୍ତି, ତେବେ ରୁଦ୍ରାକ୍ଷର ମାଳି ଧାରଣ କରନ୍ତୁ। ଶନି ଯନ୍ତ୍ରର ଅଭିମନ୍ତ୍ରିତ ଶନି ମୁଦ୍ରିକା କିମ୍ବା ଶନି ଲକେଟ ଧାରଣ କରନ୍ତୁ। ଆପଣଙ୍କୁ ଲାଭ ମିଳିବ। ସେହିଭଳି ଯଦି ସମ୍ଭବ ହେଉଛି ସର୍ବଦା ଶିବ ମନ୍ଦିର ଯାଇ ଶିବଙ୍କୁ ଦର୍ଶନ କରନ୍ତୁ ଶନି ଗ୍ରହର ରିଷ୍ଠ ଖଣ୍ଡନ ହେବ। ଶିବଲିଙ୍ଗ ଉପରେ କ୍ଷୀର ଓ ପାଣି ମିଶାଇ ଅଭିଷେକ କରନ୍ତୁ। ଆଶୀର୍ବାଦ ମିଳିବ। ସେହିଭଳି ଯଦି ଶନିଦଷା ସମୟରେ ଶରୀର ଅସୁସ୍ଥ ହେଇଛି ତେବେ ଶିବଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ଶରୀର ସୁସ୍ଥ ରହିବା ସହ ଘରେ ସକରାତ୍ମକତା ବଜାୟ ରହିବ।
“The eyes believe themselves, the ears believe other people.”
3 thoughts on “Mahadev can save you from shanideb’s bad eye.”